ଦେଶ- ବିଦେଶ

ନର୍ମଦା ନଦୀରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ଭାସମାନ ସୋଲାର ପାର୍କ

ଭୋପାଲ : ମଧ୍ୟ ପ୍ରଦେଶରେ ନବମ ଅଜୁବା ବା ଆଶ୍ଚର୍ଯ୍ୟ ନିର୍ମାଣ ହେଉଛି। ଖଣ୍ଡୱାଠାରେ ନିର୍ମାଣ କରାଯାଉଥିବା ସଂରଚନାକୁ ଆଶ୍ଚର୍ଯ୍ୟ କହିବା ଭୁଲ ହେବନାହିଁ। ଏଠାରେ ନର୍ମଦା ନଦୀ ଉପରେ ଓଁକାରେଶ୍ୱ ଡ୍ୟାମ ଅଛି। ଏହା ଉପରେ ବିଶ୍ୱର ସବୁଠାରୁ ବଡ ଭାସମାନ ସୋଲାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର (ସୋଲାର ଏନର୍ଜି ପ୍ଲାଣ୍ଟ) ନିର୍ମାଣ କରାଯାଉଛି। ସୌର ପାର୍କ ନିର୍ମାଣ ସହିତ ରାଜ୍ୟର ବିଦ୍ୟୁତ୍ ସମସ୍ୟାର ସମାଧାନ ହେବ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିକଟରେ କହିଥିଲେ ଯେ ଓଁକାରେଶ୍ୱରରେ ବିଶ୍ୱର ସର୍ବ ବୃହତ ଭାସମାନ ସୌର ପାର୍କ ସ୍ଥାପିତ ହେଲେ ବିଜୁଳି ସମସ୍ୟା ଦୂର ହେବ। ସୌର ଶକ୍ତିରୁ ବିଜୁଳି ସମସ୍ୟା ଦୂର ହେବାସହ ପରିବେଶ ସୁରକ୍ଷା ପାଇଁ ସବୁ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି ବୋଲି ସେ କହିଥିଲେ। ମନ୍ତ୍ରୀ ହାରଦୀପ ଡଙ୍ଗ ପୂର୍ବତନ ସାଂସଦ ନନ୍ଦକୁମାର ସିଂହଙ୍କ ସହ ଜାନୁଆରୀ ୧୧ ରେ ତଦାରଖ ପାଇଁ ଯାଇଥିଲେ। ସେ କହିଥିଲେ ଯେ ଏହି ପ୍ଲାଣ୍ଟରୁ ୨୦୨୨-୨୩ ଯାଏଁ ୬୦୦ ମେଗାୱାଟ ଶକ୍ତି ମିଳିବ। ଏହି ପ୍ରକଳ୍ପରେ ପ୍ରାୟ ୩ ହଜାର କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପ ପାଇଁ ଆନ୍ତର୍ଜାତୀୟ ଅର୍ଥ ନିଗମ, ବିଶ୍ୱ ବ୍ୟାଙ୍କ ଏବଂ ପାୱାର ଗ୍ରୀଡ୍ ନୀତିଗତ ସମ୍ମତି ପ୍ରଦାନ କରିଥିଲେ। ପ୍ରକଳ୍ପ ସହିତ ଜଡିତ ପ୍ରଥମ ଅଧ୍ୟୟନ ଶେଷ ହୋଇଛି। ଏହି ପ୍ରକଳ୍ପରେ ପ୍ରକଳ୍ପ କ୍ଷେତ୍ରରୁ ଖଣ୍ଡୱା ସବ୍ ଷ୍ଟେସନ୍ ପର୍ଯ୍ୟନ୍ତ ଟ୍ରାନ୍ସମିସନ୍ ଲାଇନ୍ ମାର୍ଗ ସର୍ଭେ କରାଯିବ। ଏହି ପ୍ରକଳ୍ପ ସମାଜ ଏବଂ ପରିବେଶ ଉପରେ ଏହାର କ’ଣ ପ୍ରଭାବ ପଡିବ ସେନେଇ ମଧ୍ୟ ଏକ ଅଧ୍ୟୟନ କରାଯିବ।

କୁହାଯାଉଛି ଯେ ମଧ୍ୟପ୍ରଦେଶ ପାୱାର ମ୍ୟାନେଜମେଣ୍ଟ କମ୍ପାନୀ ଏହି ପ୍ରକଳ୍ପରୁ ବିଜୁଳି କିଣିବ। ୪୦୦ ମେଗାୱାଟ ବିଜୁଳି କିଣିବାକୁ କମ୍ପାନୀ କହିଛି। ଏହି ପ୍ରକଳ୍ପରେ ନିର୍ମାଣ ହେଉଥିବା ସୌର ପ୍ୟାନେଲଗୁଡ଼ିକ ଓଁକାରେଶ୍ୱର ଡ୍ୟାମର ପଛପଟରେ ଭାସିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଶସ୍ତା ବିଦ୍ୟୁତ୍ ମିଳିବ ବୋଲି ଆଶା କରାଯାଉଛି। ଏଠାରେ ଡ୍ୟାମର ପ୍ରାୟ ୨୦୦୦ ହେକ୍ଟର ଜଳ କ୍ଷେତ୍ରରେ ବିଦ୍ୟୁତ୍ ଉତ୍ପାଦନ ହେବ।

Leave a Reply

Your email address will not be published. Required fields are marked *