ଦେଶ- ବିଦେଶ

ଦୂଷିତ ପାଣି ପିଇ ଚାଲିଗଲା ୬ ଜଣଙ୍କ ଜୀବନ

ବେଙ୍ଗାଲୁରୁ : କର୍ଣ୍ଣାଟକର ବିଜୟନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଦୂଷିତ ପାଣି ପିଇ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାରେ ଅନେକ ଲୋକ ଗୁରୁତର ହୋଇପଡିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମୋଇ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ତଦନ୍ତ ନିର୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ବିଜୟନଗର ଜିଲ୍ଲା ମକରବ୍ବୀ ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ୬ ଜଣ ବ୍ୟକ୍ତି ଦୂଷିତ ପାଣି ପିଇ ଜୀବନ ହାରିଛନ୍ତି । ଅନେକ ଲୋକ ଗୁରୁତର ହୋଇ ପଡିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇପଡିଛନ୍ତି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଜଣାପଡିନଥିବା ବେଳେ ଯାଞ୍ଚ ଆରମ୍ଭ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ବସବରାଜ୍‌ ବୋମୋଇ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ଘଟଣାର ଯାଞ୍ଚ ପାଇଁ ମୁନୀଶ ମୌଦଗିଲଙ୍କୁ ଦାୟିତ୍ବ ଦିଆଯାଇଛି । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବସବରାଜ୍‌ ବୋମୋଇ କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଯେ, ଦୂଷିତ ପାଣି ପିଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହା ଏକ ଗମ୍ଭୀର ମୁଦ୍ଦା ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ପାଣିରେ କଣ ମିଶାଯାଇଥିଲା କିମ୍ବା ଅନ୍ୟ କିଛି କାରଣ ରହିଛି ସେ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।’

Leave a Reply

Your email address will not be published. Required fields are marked *