ଦେଶ- ବିଦେଶ

କ୍ରୁଜରେ ରେଭ୍‌ ପାର୍ଟିରୁ ଡ୍ରଗ୍ସ ଜବତ ମାମଲା: ଗିରଫ ହେଲେ ଜଣେ ଓଡ଼ିଆ

ଭୁବନେଶ୍ବର : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଜଣେ ଓଡ଼ିଆ । କ୍ରୁଜରେ ରେଭ୍‌ ପାର୍ଟିରୁ ଡ୍ରଗ୍ସ ଜବତ ମାମଲାରେ ଗିରଫ ହେଲେ ଜଣେ ଓଡ଼ିଆ । ଓଡ଼ିଆ ବ୍ୟକ୍ତିଙ୍କୁ ମିଶାଇ ୧୧କୁ ବୃଦ୍ଧି ପାଇଛି । ୧୧ ଜଣଙ୍କ ମଧ୍ୟରେ ଜଣେ ଓଡ଼ିଶାର ଅଛନ୍ତି । ଓଡ଼ିଆ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ । ତାଙ୍କ ନିକଟରୁ ଡ୍ରଗ୍ସ ମିଳିଥିବା ସୂଚନା ମିଳିଛି । ଓଡିଆ ଗିରଫ ବ୍ୟକ୍ତି କ୍ରୁଜରେ ସେଦିନ ଥିଲେ । ଏବେ ସେ କାହା ସହ ଥିଲେ ତାହା ଜଣାପଡି ନାହିଁ । ଏପଟେ ମୁମ୍ବାଇରେ ପହଂଚିଲା ଦିଲ୍ଲୀ NCB ଟିମ୍‌ । ଡ୍ରଗ୍ସ ଲିଙ୍କରେ ଅଧିକ ଖୋଳତାଡ କରିବ ଦିଲ୍ଲୀ NCB ଟିମ୍‌ । ମୁମ୍ବାଇ NCB ଟିମ୍‌ ସହ ଦିଲ୍ଲୀ ଟିମ୍‌ ତଦନ୍ତ କରିବ । କ୍ରୁଜର ସିଇଓଙ୍କୁ NCB ସମନ କରିଛି । ଇତିମଧ୍ୟରେ ଡ୍ରଗସ୍‌ ନେଉଥିବା ସ୍ୱୀକାର କରିଥିଲେ ଜୁନିୟର ଖାନ୍‌ । ସେ ୪ବର୍ଷ ହେଲା ନିଶା ସେବନ କରୁଥିଲେ । ଆର୍ଯ୍ୟନଙ୍କ ଫୋନରୁ ଆପତ୍ତିଜନକ ତଥ୍ୟ ଜବତ ହୋଇଛି । ଆର୍ଯ୍ୟନଙ୍କ ଫୋନରୁ ଏହି ଓଡ଼ିଆ ବ୍ୟକ୍ତିଙ୍କ ଲିଙ୍କ୍‌ ଆସିଥିବା ସୂଚନା ମିଳିଛି । ଡ୍ରଗସ୍‌ ପାଇଁ କୋଡ ଓ୍ଵାର୍ଡ ବ୍ୟବହାର କରୁଥିଲେ ଆର୍ଯ୍ୟନ୍‌ ।

Leave a Reply

Your email address will not be published. Required fields are marked *