ଦେଶ- ବିଦେଶ

କୁକୁର ପରି ଭୁକି ଭୁକି ବର୍ଷକରେ ରୋଜଗାର କଲେ ୭ କୋଟି ଟଙ୍କା

ଏବେ ସୋସିଆଲ ମିଡ଼ିଆ ଲୋକଙ୍କୁ ଅର୍ଥ ରୋଜଗାରର ଏକ ବଡ଼ ମାଧ୍ୟମ ସାଜିଛି । ୟୁଟବ,ଫେସବୁକ ବା ଇନ୍‌ଷ୍ଟାଗ୍ରାମ ଜରିଆରେ ଲୋକେ ଘରେ ବସି ଭଲ ଟଙ୍କା ରୋଜଗାର କରୁଛନ୍ତି । ଏମିତି ଜଣେ ଝିଅ କେବଳ କୁକୁର ପରି ଭୁକି ଭୁକି ବର୍ଷକରେ ରୋଜଗାର କରିଛନ୍ତି ୭ କୋଟି ଟଙ୍କା । ବିଦେଶରେ ଓନଲି ଫ୍ୟାନ୍ସ (OnlyFans) ନାମକ ଏକ ସାଇଡ ବହୁତ ପ୍ରସିଦ୍ଧ । ଏହି ସାଇଡରେ ଆଡଲ୍ଟ କଣ୍ଟେଣ୍ଟ ଅଧିକ ସେୟାର କରାଯାଏ । ଯାହାକୁ ଦେଖିବା ପାଇଁ ଲୋକେ ଅର୍ଥ ଦେଇଥାନ୍ତି । ନିକଟରେ ଏଣ୍ଡ ଜିନା ନାମକ ଜଣେ ଝିଅ ଏହି ସାଇଟର ସହଯୋଗ ନେଇଥିଲେ । ଏହି ସାଇଟରେ ସେ କଣ୍ଟେଣ୍ଟ ସେୟାର କରି ବର୍ଷକରେ ୭ କୋଟି ଟଙ୍କା ରୋଜଗାର କରିଛନ୍ତି । ଏହି ସାଇଟରେ ସେ ୟୁନିକ କଣ୍ଟେଣ୍ଟ ଲୋଡ କରୁଥିଲେ । ଏଣ୍ଡ ଜିନାକୁ ଲୋକେ ପପି ଗାର୍ଲ ଭାବେ ଜାଣନ୍ତି । ଜିନା କୁହନ୍ତି ଯେ ସେ କୁକୁର ପରି ଆକ୍ଟିଂ କରି ଏହିସବୁ ଭିଡ଼ିଓ ସେୟାର କରୁଥିଲେ । ଯେଉଁଥିରେ ତାଙ୍କୁ ଭଲ ରେସପନ୍ସ ମିଳୁଥିଲା । ଲୋକେ ତାଙ୍କୁ ନିଜର ସେକ୍ସୁଆଲ ଇଚ୍ଛା ପୂର୍ତ୍ତି ପାଇଁ କୁକୁର ଭଳି ଆକ୍ଟ କରିବାକୁ କହୁଥିଲେ । ଏହା ବଦଳରେ ତାଙ୍କୁ ଭଲ ଟଙ୍କା ବି ମିଳୁଥିଲା । ଜିନା ଏ ସମ୍ପର୍କରେ ‘ଜମ୍ପର’ ନାମକ ଏକ ୟୁଟବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏହି କଥା କହିଛନ୍ତି । ଜିନା ପ୍ରଥମେ ଟାଇମ ପାସ୍‌ ପାଇଁ ଆକାଉଣ୍ଟ ତିଆରି କରିଥିଲେ । ଏଥିରେ ସେ ମସ୍ତି ପାଇଁ ଭିଡ଼ିଓ ଡାଉନଲୋଡ କରିବା ଆରମ୍ଭ କଲେ । ଏଥିରୁ ଭଲ ରୋଜଗାର ଆସିବା ପରେ ସେ ଏଥିରେ ପ୍ରଫେସନାଲ ଭିଡ଼ିଓ ପକାଇବା ଆରମ୍ଭ କଲେ । ଯାହାକି ତାଙ୍କୁ ଆଜି ବର୍ଷକ ମଧ୍ୟରେ ୭ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ କରିଛି ।

Leave a Reply

Your email address will not be published. Required fields are marked *