ରାଜ୍ୟ

ଶିଆଳି ରାମତଳା ବେଳାଭୂମିରୁ ବିରଳ ହୁଏଲ ସାର୍କର ମୃତଦେହ ଉଦ୍ଧାର

ଜଗତସିଂହପୁର : ବିରଳ ହୁଏଲ ସାର୍କର ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଶିଆଳି ରାମତଳା ବେଳାଭୂମି ନିକଟରୁ ସାର୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ସାର୍କର ଲମ୍ବ ପ୍ରାୟ ୨୦ ଫୁଟ ହେବ । ମୃତ ସାର୍କଟି ସମୁଦ୍ର ବାଲିରେ ଅଧା ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ କୁଜଙ୍ଗ ବନ ବିଭାଗ ପହଞ୍ଚି ସାର୍କର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *