ରାଜ୍ୟ

ରାଜ୍ୟରେ ପରିସ୍ଥିତ ସ୍ଥିର ରହିଛି, ଆମର ଗୋଟିଏ ଭୁଲ ବଡ ବିପଦକୁ ଆମନ୍ତ୍ରଣ କରିପାରେ: ସିବିକେ ମହାନ୍ତି

ଭୁବନେଶ୍ବର : ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଚାହାନ୍ତି ନାହିଁ। ଯେଉଁଥିପାଇଁ ଭିଡ ହେବାର ସମ୍ଭାବନା ରହିଛି। ସଂଧ୍ୟା ପରେ ଲୋକମାନେ ବାହାରକୁ ବିଶେଷ ଭାବରେ ବାହାରନ୍ତୁ ନାହିଁ। ଯେତିକି ସମୟ ବାହାରେ ଭିଡ କରନ୍ତି , ସେଥିରେ ମଧ୍ୟ କରୋନା ବ୍ୟାପିବାର ଭୟ ରହିଛି। ତାକୁ ପ୍ରତିକାର କରିବା ସ୍ୱାସ୍ଥ୍ୟ ବିଭାଗର ଲକ୍ଷ। ସମସ୍ତେ ଘରେ ରୁହନ୍ତୁ ବୋଲି ଅପିଲ କରୁଛି ସ୍ୱାସ୍ଥ୍ୟ ବିଭାଗ । ଆମର ଗୋଟିଏ ଭୁଲ ବଡ ବିପଦକୁ ଆମନ୍ତ୍ରଣ କରିପାରେ। ତେଣୁ ନିଜକୁ ସୁରକ୍ଷିତ ରଖିବା ଦରକାର।

ଏବେ ୯ଟି ରାଜ୍ୟରେ ସଂକ୍ରମଣ ବଢୁଛି। ଏହାକୁ ନେଇ ଆମ ରାଜ୍ୟରେ କୌଣସି ବିପଦ ନାହିଁ। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଆମ ଦେଶରେ ସରକାର କୌଣସି ପ୍ରତିବନ୍ଧକ ରଖିନାହାନ୍ତି। ସେମାନେ ତ ଯିବା ଆସିବା କରିବେ। ଆମେ ସେମାନଙ୍କଠାରୁ ସତର୍କ ରହିବା ଆବଶ୍ୟକ। ପୂର୍ବରୁ ତୃତୀୟ ଲହରକୁ ନେଇ ଭିନ୍ନ ଭିନ୍ନ ମତ ଆସିଥିଲା। ବର୍ତ୍ତମାନ ସୁଦ୍ଧା ସେମିତି କିଛି ପ୍ରଭାବ ଆସିନାହିଁ। ସମୟ କହିବ ଆଗକୁ କଣ ହେବ। ଏବେ ରାଜ୍ୟରେ ପରିସ୍ଥିତ ସ୍ଥିର ରହିଛି। ଏନେଇ ଡିଏମ୍‌ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *