ରାଜ୍ୟ

ନାଗାବଳୀ ନଦୀର ଝୁଲାପୋଲରେ ସେଲଫି ନେବା ହେଲା କାଳ

ରାୟଗଡା : ପାଣି ଭିତରେ ସେଲଫି ନେବା ହେଲା କାଳ । ରାୟଗଡା ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେଉଥିବା ବେଳେ ଜଣେ ଯୁବକ ପାଣି ଭିତରକୁ ଖସି ପଡିଛନ୍ତି । ନିଖୋଜ ଯୁବକ ଜଣକ ଉତ୍ତର ପ୍ରଦେଶ ସାମଲି ଜିଲ୍ଲା ଝୀଂଜାନା ଗାଁର ବିଲାଲ । ଗତକାଲି ବିଲାଲ ନିଜ ସାଙ୍ଗ ମାନଙ୍କ ସହ ଝୁଲାପୋଲ ନିକଟକୁ ବୁଲି ଯାଇଥିବା ବେଳେ ଦୁର୍ଘଟଣା ବଶତ ପୋଲ ତଳକୁ ଖସି ପଡିଥିଲେ । ଏନେଇ ଜଣାପଡିବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟଜ ଜାରି ରହିଛି । ଏଯାଏ ତାଙ୍କର କୌଣସି ପତ୍ତା ମିଳିନି ।

Leave a Reply

Your email address will not be published. Required fields are marked *