ରାଜ୍ୟ

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍‌

ସୁନ୍ଦରଗଡ :ରାସ୍ତାରେ ଜଳିଗଲା ଏଲପିିଜି ଗ୍ୟାସ୍‌ ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୁନ୍ଦରଗଡ କରମଡିହି ରାସ୍ତାରେ ନିଆଁ ଲାଗିଛି । ଗାଡିର ଇଞ୍ଜିନଟି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି । ଏଲପିଜି ବୋଝେଇ ଟ୍ରକଟି ଝାରସୁଗୁଡାରୁ ରାଉରକେଲାକୁ ଯାଉଥିଲା । ଖବର ପାଇ ବଡଗାଁ ଓ ସୁନ୍ଦରଗଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏକ ବଡ ଅଘଟଣ ଟଳି ଯାଇଛି ।

Leave a Reply

Your email address will not be published. Required fields are marked *