ରାଜ୍ୟ

ରାଜ୍ୟରେ ବେକାବୁ ହେଲାଣୀ କରୋନା ସଂକ୍ରମଣ; ଗୋଟିଏ ଦିନରେ ୭୯୧ ଚିହ୍ନଟ, ସର୍ବାଧିକ ସୁନ୍ଦରଗଡ଼

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି । େଏବେ ପ୍ରତିଦିନ ନିୟମିତ ଭାବରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରାଜ୍ୟରେ ୫୦୦ ସଂକ୍ରମଣରୁ ବଢି ୭୦୦ରେ ପହଞ୍ଚିଲା । ଯେଉଁ ଭଳି କରୋନା ଭୂତାଣୁ ଲମ୍ଫ ପ୍ରଦାନ କରୁଛି, ଦିନେ କି ଦୁଇ ଦିନ ଭିତରେ ହଜାରେ ଟପିବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ରୋଗୀ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ୧୪୭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୧୮, ଅନୁଗୁଳରେ ୧୭, ବାଲେଶ୍ୱରରେ ୬, ବରଗଡ଼ରେ ୪୮, ଭଦ୍ରକରେ ୧୦, ବଲାଙ୍ଗିରରେ ୧୪, କଟକରେ ୪୬, ବୌଦ୍ଧରେ ୨, ଢେଙ୍କାନାଳରେ ୩ ଓ ଜଗତସିଂହପୁରରେ ୯ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡରେ ଜଣେ, ଗଞ୍ଜାମରେ ୯, ଯାଜପୁରରେ ୧୬, ଝାରସୁଗୁଡାରେ ୩୧, କଳାହାଣ୍ଡିରେ ୩୮, କନ୍ଧମାଳରେ ୪, କେନ୍ଦ୍ରାପଡାରେ ୧, କେନ୍ଦୁଝରରେ ୩୯, କୋରାପୁଟରେ ୯, ମୟୂରଭଞ୍ଜରେ ୨୪, ନବରଙ୍ଗପୁରରେ ୨୩, ନୟାଗଡରେ ୭, ନୂଆପଡାରେ ୩୧, ପୁରୀରେ ୪୩, ରାୟଗଡାରେ ୧୪, ସମ୍ବଲପୁରରେ ୪୫, ସୋନପୁରରେ ୭, ଷ୍ଟେଟ ପୁଲରେ ୨୭କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ୨୬୬ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ୪୨୫୫ଟି ସକ୍ରିୟ ମାମଲା ରହିଛି । ଅନ୍ୟପଟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, ୧୦ ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯାଉଛି । ସୀମାବର୍ତ୍ତି ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି । ଜିଲ୍ଲାପାଳ ଓ ପୁଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମଓଡିଶା ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଉନ୍ନୟନ କମିଶନର ଝାରସୁଗୁଡା ଓ ସୁନ୍ଦରଗଡ ଯାଇଛନ୍ତି । ମୁଖ୍ୟ ଶାସନ ସଚିବ ମଧ୍ୟ ଯିବେ ।

ଔଷଧ,ବେଡ୍‌, ଅକ୍ସିଜେନ ସବୁ ମହଜୁଦ ଅଛି । ଯଦି ସଚେତନ ନ ହେବା ସ୍ଥିତି ଭୟଙ୍କର ହେବ । ରାଜ୍ୟରେ ଯେତିକି କୋଭିସିଲଡ ଟିକା ଅଛି ତାହା ୨ ରୁ ୩ ଦିନ ଯିବ । ଆମେ ଅଧିକ ଟିକା ଯୋଗାଇଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛୁ । ସେହିପରି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି ଯେ, ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ ।
ରାତିରେ କ୍ଲବ୍ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାଇରସ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି। କିନ୍ତୁ ରୋଗୀଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ କମ ପଡ଼ୁଛି । ଆଇସିୟୁ, ବେଡ୍‌, ଭେଣ୍ଟିଲେଟର ବିଶେଷ ଆବଶ୍ୟକତା ରହୁନି ।

Leave a Reply

Your email address will not be published. Required fields are marked *