ରାଜ୍ୟ

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନୀତି ଆୟୋଗର ପ୍ରଶଂସା, ପାରଦର୍ଶିତା ରିପୋର୍ଟରେ ପାଇଲା ସ୍ଥାନ

ପାରଳାଖେମୁଣ୍ଡି : ନୀତି ଆୟୋଗର ଜିଲ୍ଲା ଚିକିତ୍ସା କେନ୍ଦ୍ରର ପାରଦର୍ଶିତା ରିପୋର୍ଟରେ ଓଡ଼ିଶାର ତିନୋଟି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ରହିଥିବା ବେଳେ ଗଜପତି ଜିଲ୍ଲା ଚିକିତ୍ସା କେନ୍ଦ୍ର ମଧ୍ୟ ଏଥିରେ ସ୍ଥାନ ପାଇଛି। ରିପୋର୍ଟରେ ନୀତି ଆୟୋଗ ଓଡ଼ିଶାକୁ ବେସ ଅକୁପେନ୍ସିରେ ୧୨ତମ ସ୍ଥାନ ଦେଇଥିବା ବେଳେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପ୍ରଶଂସା କରିଛନ୍ତି। ପରିଷ୍କାର ପରିଚ୍ଛନ୍ନତା, ବେଡ୍‌, ୱାର୍ଡ ପରିଚାଳନା, ଶୌଚାଳୟ, ଆଲୋକ ବ୍ୟବସ୍ଥା, ଏୟାର କଣ୍ଡିସନର ୱାର୍ଡ ସମେତ ସ୍ୱଚ୍ଛ ପରିବେଶକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *