ଦେଶ- ବିଦେଶ

ବ୍ରିଟେନରୁ ଭାରତ ଆସିଲେ ୩ ଥର ଆରଟିପିସିଆର ପରୀକ୍ଷା

ନୂଆଦିଲ୍ଲୀ : ବ୍ରିଟେନକୁ ନେଇ ଯେସାକୁ ତେସା ନୀତି ଗ୍ରହଣ କରିବାକୁ ଭାରତ ସରକାର ନୀତି ଗ୍ରହଣ କରିଛନ୍ତି । ଭାରତରେ କୋଭିସିଲଡ୍ ଟିକା ନେଇଥିବା ଲୋକମାନଙ୍କୁ ବ୍ରିଟେନ୍ କ୍ବାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିଥିବାରୁ ଭାରତ ସମାନ ଢଙ୍ଗରେ ତାହାର ଜବାବ ଦେଇଛନ୍ତି । ଭାରତ ସରକାରଙ୍କ ନୂଆ ନିୟମ ଅନୁସାରେ ବ୍ରିଟେନରୁ  ଭାରତ ଆସୁଥିବା ବ୍ୟକ୍ତିମାନଙ୍କୁ  ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ ହେବ । ଭାରତରେ ପହଞ୍ଚିବା ପରେ ଆରଟିପିସିଆଇର ଟେଷ୍ଟ କରାଯିବ ଓ ଭାରତରେ ରହିବାର ୮ମ ଦିନରେ ଆଉଥରେ ଆରଟିପିସିଆର ଟେଷ୍ଟ କରାଯିବ ।  ଟିକା ନେଇଥିଲେ ବି ସେମାନଙ୍କୁ ଏହା କରିବା ବାଧ୍ୟତାମୂଳକ ହେବ । ଅନ୍ୟପକ୍ଷରେ ଭାରତରେ ପହଞ୍ଚିବା ପରେ ବ୍ରିଟେନ ଯାତ୍ରୀମାନଙ୍କୁ ୧୦ ଦିନ କ୍ବାରାଣ୍ଟାଇନରେ ରହିବାକୁ ପଡ଼ିବ । ଅକ୍ଟୋବର ୪ରୁ ଏହି ନିୟମ ଲାଗୁ ହେବ । କୋଭିସିଲ୍ଡକୁ ବ୍ରିଟେନରେ ଅନୁମତି ଥିବା ସତ୍ତ୍ବେ ଭାରତରେ ଏହି ଟିକା ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ୧୦ ଦିନ କ୍ବାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯିବାକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *