ଦେଶ- ବିଦେଶ

ଅଳିଆ ମୁକ୍ତ ହେବ ଦେଶ, ସୁଧୁରିବ ଜଳ ସମସ୍ୟା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସ୍ୱଚ୍ଛ ଭାରତ ଅଭିଯାନ ଭାରତରେ ବହୁ ମାତ୍ରାରେ ସଫଳ ହୋଇଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱଚ୍ଛ ଭାରତ ମିଶନ ୨.୦ ଆରମ୍ଭ କରିଛନ୍ତି। ଏହି ମିଶନ ବିଶେଷ କରି ପ୍ରତ୍ୟକ ସହରମାନଙ୍କରେ କାର୍ଯ୍ୟକାରୀ ହେବ। ଏହା ସହ ସହରର ଉନ୍ନତି ଓ ଦ୍ୱିତୀୟଥର ପାଇଁ ଅଟଳ ମିଶନ ୨.୦ ମଧ୍ୟ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବୟାନରେ କୁହାଯାଇଛି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ସ୍ୱଚ୍ଛ ଭାରତ ମିଶନ ଓ ଅମୃତ ମିଶନ ଦ୍ୱାରା ସମସ୍ତ ସହରକୁ ଆବର୍ଜନା ମୁକ୍ତ କରିବା ଓ ଜଳ ସଂରକ୍ଷଣର ଲକ୍ଷକୁ ହାସଲ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ନରେନ୍ଦ୍ର ମୋଦି କହିଛନ୍ତି ୨୦୧୪ ରେ ଦେଶବାସୀଙ୍କ ପାଇଁ ଭାରତକୁ ବାହ୍ୟ ମଳମୁକ୍ତ କରିବାର ସଂକଳ୍ପ ନେଇଥିଲୁ। ଏହାଦ୍ୱାରା ଭାରତରେ ୧୦କୋଟି ଶୌଚାଳୟ ନିର୍ମାଣ ହେବା ସହ ଦେଶବାସୀ ଏହି ସଂକଳ୍ପକୁ ପୁରା କରିଛନ୍ତି। ବର୍ତ୍ତମାନ ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ୨.୦ର ଲକ୍ଷ ହେଉଛି ଆବର୍ଜନା ମୁକ୍ତ ସହର ଓ ସହରକୁ ସମ୍ପୁର୍ଣ୍ଣ ଅଳିଆ ମୁକ୍ତ କରିବା।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଅମୃତ ମିଶନ ଦେଶବାସୀଙ୍କୁ ଅଧୀକ ସାହାଯ୍ୟ କରିବ। ସହରରେ ଥିବା ଲୋକମାନେ ୧୦୦ ପ୍ରତିଶତ ସ୍ୱଚ୍ଛ ପାଣି ପାଇବା, ସ୍ୱେରେଜ ଗୁଡ଼ିକର ଉନ୍ନତମାନର ପ୍ରବନ୍ଧନ ହେବା ଇତ୍ୟାଦି ଲକ୍ଷ ଏହି ଯୋଜନାର ଅନ୍ତର୍ଭୁକ୍ତ। ଏହାର ଆଗାମୀ ଲକ୍ଷ ହେଉଛି ସ୍ୱେରେଜ ଏବଂ ସେପ୍ଟିକ ମ୍ୟାନେଜମେଣ୍ଟ ବଢ଼ାଇବା ଓ ନିଜ ସହରକୁ ୱାଟର ସିକ୍ୟୋର ସିଟି କରିବା ଓ ଏହା ବିଶେଷ ଭାବେ ଧ୍ୟାନ ଦେବା ଯେ ସହରରେ ଥିବା ନଦୀ ମାନଙ୍କରେ ଯେପରି କୌଣସି ଅପରିଷ୍କାର ନର୍ଦ୍ଦମା ପାଣି ନ ମିଶିବ! ସେ କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଓ ଅମୃତ ଯୋଜନାରେ ଭାରତ ଆଶାତୀତ ସଫଳତା ଲାଭ କରିଛି।

ଏହି ଅବସରରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରି ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ନଗର ଉନ୍ନୟନ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ମୋଦି କହିଛନ୍ତି ଯେ ଅମୃତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪,୭୦୦ ସହରାଞ୍ଚଳର ସ୍ଥାନୀୟ ପରିବାର ଲୋକଙ୍କୁ ପ୍ରାୟ ୨.୬୪ କୋଟିର ସ୍ୱେରେଜ ସଂଯୋଗ, ପ୍ରାୟ ୨.୬୮ କୋଟି ଟ୍ୟାପ ସଂଯୋଗ ଓ ୫୦୦ ଅମୃତ ସହରରେ ସ୍ୱରେଜ ଏବଂ ସେପ୍ଟେଜର ଶତ ପ୍ରତିଶତ କଭରେଜ ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଶାରେ ଏହି ଯୋଜନା ଦ୍ୱାରା ସହରି କ୍ଷେତ୍ରରେ ପ୍ରାୟ୧୦.୫ କୋଟିରୁ ଅଧୀକ ଲୋକ ଉପକୃତ ହେବେ।

Leave a Reply

Your email address will not be published. Required fields are marked *