ରାଜ୍ୟ

ଅଙ୍ଗନୱାଡି କେନ୍ଦ୍ର ଶିଶୁ ମୃତ୍ୟୁ ମାମଲା : ୧୦ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଅନୁଗୋଳ ବଂରପାଲ ଅଙ୍ଗନୱାଡ଼ି କେନ୍ଦ୍ର ଶିଶୁ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୪ ସପ୍ତାହ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଅନୁଗୋଳ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଇଛନ୍ତି ହାଇକୋର୍ଟ । ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହାରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କାମ ଚାଲିଥିବା ବେଳେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *