ଅପରାଧରାଜ୍ୟ

ବାର୍‌ହା ମାରି ମାଂସ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ

ଝାରସୁଗୁଡା : ବାର୍‌ହା ହତ୍ୟା କରି ମାଂସ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ । ଝାରସୁଗୁଡା ଜିଲ୍ଲା ଲଖନପୁର ଅଞ୍ଚଳର ଶୁଶିଲ ଭୋଇ, ଚନ୍ଦ୍ରଶେଖର କାଲୋ ଏବଂ ଜନାର୍ଦନ ଭୋଇ । କରେଣ୍ଟ ଦେଇ ଅଭିଯୁକ୍ତମାନେ ବାର୍‌ହାକୁ ଶିକାର କରିଥିଲେ । ଶିକାର ପରେ କଣ୍ଡେଇକେଲାରେ ମାଂସ ବିକ୍ରି କରୁଥିବା ବେଳେ ଧରାପଡିଛନ୍ତି । ଘଟଣାର ଅଧିକ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବେଲପାହାଡ ବନାଂଚଳ ଅଧିକାରୀ ସୁବାଷଚନ୍ଦ୍ର ମହାପାତ୍ର ।

Leave a Reply

Your email address will not be published. Required fields are marked *