ମହାନଗରରାଜ୍ୟ

ସ୍ତ୍ରୀ ମାଡ଼ରେ ଲହୁଲୁହାଣ ହେଲେ ସ୍ୱାମୀ, ଥାନାର ଦ୍ୱାରସ୍ଥ ହେଲେ ବାପ- ପୁଅ

ଭୁବନେଶ୍ୱର :  ସ୍ତ୍ରୀ ମାଡ଼ରେ ଲହୁଲୁହାଣ ହେଲେ ସ୍ୱାମୀ । ସ୍ତ୍ରୀ ଠାରୁ ମାଡ଼ ଖାଇବା ପରେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଛୁରୀ ଦ୍ୱାରା ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ଆସିଛି । ମାଡ଼ ଖାଇବା ପରେ ସ୍ୱାମୀ ପୁଅ ଲକ୍ଷ୍ମୀସାଗର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଥାନାରେ ଏକ ଅଭିଯୋଗ ଫର୍ଦ୍ଦ ବି ଦାଖଲ କରିଛନ୍ତି । ସ୍ୱାମୀଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ତ୍ରୀ ଲକ୍ଷାଧିକ ଟଙ୍କାର ସୁଧ ଆଦାୟ କରି ଚଳିଥାନ୍ନ୍ତି । ପାରିପାର୍ଶ୍ବିକ ପରିସ୍ଥିତିରୁ ଅନୁମାନ କରାଯାଉଛିକି ହୁଏତ ଏହି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ବଡ ଆକାର ଧାରଣ କରି ମାଡ ମରାମରି ହୋଇଥିଲା ।

Leave a Reply

Your email address will not be published. Required fields are marked *