ରାଜ୍ୟ

ଅରିନ୍ଦମ ଛାଡି ଯାଇ୍‌ଥିବା ଦାୟିତ୍ୱ ଆମେ ସମ୍ଭାଳି ପାରିବୁ, ଦୟାକରି ସୋସିଆଲ ମିଡିଆରେ ଅପପ୍ରଚାର ବନ୍ଦ କରନ୍ତୁ

ଭୁବନେଶ୍ୱର :  କାହାର ଦୁଃଖଦ ସମୟରେ ଥଟ୍ଟା ପରିହାସ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ନେଇ ପ୍ରସାରିତ ମିଥ୍ୟା ଖବରରେ ଉଦବେଗ ପ୍ରକାଶ କରିଛନ୍ତି ତାଙ୍କ ଭଉଣୀ ଝରଣା ଦାସ । ଟ୍ଵିଟ୍‌ କରି କହିଛନ୍ତି, ଅରିନ୍ଦମଙ୍କ ପରିବାର ଆର୍ଥିକ ସାହାଯ୍ୟ ଆବଶ୍ୟକ କରୁଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ପରିବାର ଭାବେ ଆମେ ଅରିନ୍ଦମ ଛାଡି ଯାଇ୍‌ଥିବା ଦାୟିତ୍ୱ ସମ୍ଭାଳି ପାରିବୁ । ଯାହାଦ୍ୱାରା ଅରିନ୍ଦମଙ୍କ ପତ୍ନୀ ଓ ପୁଅ ସମ୍ମାନଜନକ ଭାବେ ଏକ ଭଲ ଜୀବନ ବିତାଇ ପାରିବେ। ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ ନେଇ ଯେଉଁମାନେ ନିଜ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଦୟା କରି ମାନବିକତା ଦୃଷ୍ଟିରୁ ଏପରି କରନ୍ତୁ ନାହିଁ। ଭଗବାନଙ୍କ ପାଇଁ ମିଥ୍ୟା ଭିଡିଓ ପ୍ରସାର କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ଅରିନ୍ଦମଙ୍କ ଭଉଣୀ ଝରଣା ଦାସ ।

Leave a Reply

Your email address will not be published. Required fields are marked *