ଅପରାଧରାଜ୍ୟ

ଘର ସମ୍ମୁଖରୁ ବ୍ୟବସାୟୀଙ୍କଠୁ ଲୁଟ୍, ବାଇକ୍ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ୮୦ହଜାର ଟଙ୍କା

କଳାହାଣ୍ଡି : ବାଇକ୍ ଡିକି ଭାଙ୍ଗି ଲୁଟ୍ । ଲକ୍ଷେ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କଳାହାଣ୍ଡି ଉତତ୍କେଲା ଗାଁର ଜଣେ ବ୍ୟବସାୟୀ ନିରଞ୍ଜନ ଜୈନ ଘର ସାମ୍ନାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏ ନେଇ ନିରଞ୍ଜନ ଉତତ୍କେଲା ଫାଣ୍ଡିରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଜରେ ଲୁଟ୍ ବେଳ ଦୃଶ୍ୟ ମଧ୍ୟ କଏଦ ହୋଇଛି । ଏହି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁଇ ଗୋଟି ବାଇକରେ ୪ ଜଣ ଆସି ବାଇକ୍ ଡିକି ଭାଙ୍ଗି ଟଙ୍କା ନେଇ ଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *