ଦେଶ- ବିଦେଶମନୋରଞ୍ଜନ

ବଲିଉଡର ଏହି ଅଭିନେତାଙ୍କ ପତ୍ନୀ ସହ ଥିଲା ଚକୋଲେଟ୍ ବଏଙ୍କ ଆଫେୟାର୍

ନୂଆଦିଲ୍ଲୀ : ବଲିଉଡର ଚକୋଲେଟ୍ ବଏ ରଣବୀର କପୁର ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଇମ୍ରାନ ଖାନଙ୍କ ପତ୍ନୀ ଅବନ୍ତିକା ମଲିକଙ୍କୁ ଡେଟ୍ କରୁଥିଲେ। ତେବେ ଏହି କଥାକୁ ଏନେକ ବର୍ଷ ବିତିଗଲାଣି। ରଣବୀର ଅବନ୍ତିକାଙ୍କୁ ବହୁତ ପସନ୍ଦ କରୁଥିଲେ। ସେ ପ୍ରତିଦିନ ଅବନ୍ତିକାଙ୍କୁ ଟିଭି ସେଟକୁ ଛାଡିବାକୁ ଯାଉଥିଲେ। ସେମାନେ ପ୍ରାୟ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ। ରଣବୀର ପିଲାଦିନରୁ ବହୁତ ଦୁଷ୍ଟ ଥିଲେ। ତାଙ୍କର ପାଠ ପଢରେ ମନ ଲାଗୁନଥିଲା। ଏପରିକି ସେ ଐଶ୍ୱର୍ଯ୍ୟା ରାୟଙ୍କୁ ତାଙ୍କ ଦଶମ ଶ୍ରେଣୀ ନମ୍ବର ବି ଭୁଲ କହିଥିଲେ। ଏକ ଇଣ୍ଟରଭ୍ୟୁରେ ସେ ନିଜେ ସ୍ୱୀକାର କରିଛନ୍ତି ଯେ ପିଲାଦିନେ ସେ ନିଜ କ୍ଲାସ୍ ଟିଚରଙ୍କ ଗୋଡ ଦେଖିବା ପାଇଁ ଟେବୁଲ ତଳେ ପଶିଯାଉଥିଲେ। ରଣବୀର କହିଛନ୍ତି ଯେ ତାଙ୍କ ସ୍କୁଲ୍‌ର ସମସ୍ତ ଟିଚର୍ ସାଢି ପିନ୍ଧି ଆସୁଥିଲେ। କିନ୍ତୁ ଇଂରାଜୀ ଟିଚର୍ ଏମିତି ଥିଲେ ଯିଏକି ସ୍କର୍ଟ ପିନ୍ଧି ଆସୁଥିଲେ। ତେଣୁ ସେ ଏବଂ ତାଙ୍କର ଜଣେ ବନ୍ଧୁ ମ୍ୟାଡାମଙ୍କ ଗୋଡ ଦେଖିବା ପାଇଁ ଟେବୁଲ୍ ତଳେ ପଶି ଯାଉଥିଲେ। ସେତେବେଳେ ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ବାସ୍ତବରେ ରଣବୀର ସେହି ଟିଚରଙ୍କ ପ୍ରେମରେ ପଡିଯାଇଥିଲେ।ଏହି ବିଷୟରେ ଅଭିଯୋଗ କରିବାକୁ ରଣବୀରଙ୍କ ମା’ ନୀତୁ କପୁରଙ୍କୁ ସ୍କୁଲକୁ ଡକାଯାଇଥିଲା। ଯେଉଁଠାରେ ସେ ଚୁପ୍ ରହିଥିଲେ। ରଣବୀରଙ୍କ ପାଇଁ ତାଙ୍କୁ ବହୁତ ଲଜ୍ଜା ସହିବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *