ଦେଶ- ବିଦେଶରାଜନୀତି

ନୂଆ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଲାସରେ ହାଇକମାଣ୍ଡ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂହ ସିଦ୍ଧୁଙ୍କ ମନାଇବା ମୁଡରେ ନାହିଁ କଂଗ୍ରେସ । ତେଣୁ ରାଜ୍ୟ ପ୍ରଭାରୀ ହରିଶ ରାୱତଙ୍କ ଚଣ୍ଡିଗଡ଼ ଗସ୍ତକୁ ବାତିଲ କରିଦିଆଯାଇଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହାଇକମାଣ୍ଡ ଜଣେ ନୂଆ ଚେହେରାଙ୍କ ତଲାସରେ ରହିଛନ୍ତି । ତେବେ ପରିସ୍ଥିତିରୁ ଯାହା ଜଣାପଡ଼ୁଛି, ଏହାପରେ ସିଦ୍ଧୁଙ୍କ ପାଇଁ ମୁସ୍କିଲ୍ ବଢ଼ିପାରେ । କଂଗ୍ରେସ ପ୍ରଭାରୀ ହରିଶ ରାୱତ ସିଦ୍ଧୁଙ୍କ ମନାଇବା ପାଇଁ ଚଣ୍ଡିଗଡ଼ ଗସ୍ତ କରିବାର ଥିଲା, ମାତ୍ର ତାହା ଏବେ ରଦ୍ଦ ହୋଇଯାଇଛି । ମାତ୍ର ହାଇକମାଣ୍ଡଙ୍କ ଇସାରା ଭିନ୍ନ ରହିଥିବା ଦେଖାଯାଇଛି । ସିଦ୍ଧୁଙ୍କ ମନାଇବା ଅପେକ୍ଷା ହାଇକମାଣ୍ଡ ଜଣେ ନୂଆ ଅଧ୍ୟକ୍ଷଙ୍କ ତଲାସରେ ରହିଛନ୍ତି । ତେବେ ଏହି ପଦ ପାଇଁ କୁଲଜୀତ ନାଗରା ଓ ରବନୀତ ସିଂହ ବିଟ୍ଟୁଙ୍କ ନାମ ସର୍ବାଗ୍ରେ ରହିଥିବା ଜଣାପଡ଼ିଛି । କୁଲଜୀତ ବର୍ତ୍ତମାନ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଥିବା ବେଳେ ରବନୀତ ଲୋକସଭା ସାଂସଦ ରହିଛନ୍ତି । ଅନ୍ୟପଟେ ସିଦ୍ଧୁଙ୍କୁ ସମର୍ଥନ କରି ମନ୍ତ୍ରୀ ରାଜିଆ ସୁଲତାନାଙ୍କ ସହ ଦଳର କିଛି ସଦସ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *