ରାଜ୍ୟ

ଗୁରୁବାର ରାତି ଯାଏଁ ସବୁ ମଦ ଦୋକାନ ବନ୍ଦ, ଜାଣନ୍ତୁ କେଉଁଠି…

ପିପିଲି  : ରାତି ପାହିଲେ ପିପିଲି ଉପନିର୍ବାଚନ। ଏଥିପାଇଁ ପିପିଲି ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପ୍ରଶାସନ। ମତଦାନକୁ ଶାନ୍ତିଶୃଙ୍ଖଳା ବଜାୟ ସହ ଅବଧା ତଥା ମୁକ୍ତ ନର୍ବାଚନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ବନ୍ଦୋବସ୍ତ କରାଯାଇଛି। ଚଳିତ ଥର ୨୦୧ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏସବୁ ବୁଥରେ କଡ଼ା ସୁରକ୍ଷାରେ ମତଦାନ କରାଯିବ । ଏଥିପାଇଁ ମୋଟ୍‌ ୨ ହଜାର ପୁଲିସ କର୍ମଚାରୀଙ୍କ ସହ ୩ କମ୍ପାନି ବିଏସ୍‌ଏଫ୍‌ ମୁତୟନ କରାଯିବା ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ପିପିଲି ଉପନିର୍ବାଚନ ନିମନ୍ତେ ପ୍ରଶାସନ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ ଜାରି କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରୁ ଏନେଇ ପ୍ରଶାସନ ପକ୍ଷରୁ ମଦ ଦୋକାନଗୁଡ଼କ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି । ବିଶୃଙ୍ଖଳା ଆଶଙ୍କା କରି ମଦ ଦୋକାନଗୁଡ଼ିକୁ ବନ୍ଦ କରାଯାଉଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଆସନ୍ତା ୩୦ ତାରିଖ ରାତି ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନ ବନ୍ଦ ରହିବ । ତେବେ ଗତକାଲି ମଦ ଦୋକାନ ବନ୍ଦକୁ ନେଇ ସନ୍ଧ୍ୟାରେ ବିଭିନ୍ନ ମଦ ଦୋକାନ ଆଗରେ ପ୍ରବଳଭିଡ଼ ନଜର ଆସିଥିଲା । ସୂଚନା ମୁତାବିକ, ମୋଟ ୫୪ଟି ଦେଶୀ ଓ ବିଦେଶୀ ମଦ ଦୋକାନ ମଧ୍ୟରୁ ବିବାଦୀୟ ୩ଟି ଦୋକାନ ବନ୍ଦ ଥିଲା । ଖୋଲା ଥିବା ୫୧ଟି ମଦ ଦୋକାନ ମଧ୍ୟରୁ ୧୮ଟି ଦେଶୀ ଓ ୩୩ଟି ବିଦେଶୀ ଥିଲା । ଏହି ସମସ୍ତ ଦୋକାନ ଅକ୍ଟୋବର ୧ତାରିଖରେ ଖୋଲିବ । ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଥିବାରୁ ସେଦିନ ପୁଣି ବନ୍ଦ ରହି ୩ ତାରିଖରେ ଖୋଲି ମଦ ବିକ୍ରି ଜାରି ରହିବ।

Leave a Reply

Your email address will not be published. Required fields are marked *