ମହାନଗରରାଜ୍ୟ

ସୈନିକ ସ୍କୁଲ୍‌ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକିୟା ଆରମ୍ଭ

ଭୁବନେଶ୍ୱର  : ଗ୍ରୁପ୍ କ୍ୟାପଟେନ୍‌ ଏସ୍‌ ଡୋମିନିକ୍‌ ରୟାନ୍‌, ପ୍ରିନ୍ସିାଲ୍‌, ସୈନିକ ସ୍କୁଲ୍‌ ଭୁବନେଶ୍ୱର ସୂଚନା ଦେଇଛନ୍ତି ଯେ ଅଖିଳ ଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (AISSEE) ୨୦୨୨ ପାଇଁ ଅନଲାଇନରେ ଆବେଦନ କରିବାର ପ୍ରକ୍ରିୟା ୨୭ ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହୋଇଛି । ପ୍ରାର୍ଥୀମାନେ https://aissee .nta.nic.in ୱେବସାଇଟ୍‌ରେ AISSEE୨୦୨୨ ଶିକ୍ଷାବର୍ଷ ପାଇଁ ଆବେଦନ କରିପାରିବେ । ଅନଲାଇନ୍‌ ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ଆବେଦନ ଫର୍ମ ଗ୍ରହଣ କରାଯିବ ନାହିଁ । ଅନଲାଇନ୍‌ ଆବେଦନ ଫର୍ମ ୨୬ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଗ୍ରହଣ କରାଯିବ । ସୈନିକ ସ୍କୁଲ୍‌ ଭୁବନେଶ୍ୱରରେ ଷଷ୍ଠ ଶ୍ରେଣୀ ପାଇଁ ଉଭୟ ବାଳକ ଓ ବାଳିକାମାନଙ୍କର ଆଡମିଶନ ହେବ । ବାଳକମାନଙ୍କ ପାଇଁ ୮୦ଟି ଏବଂ ବାଳିକାମାନଙ୍କ ପାଇଁ ୧୦ଟି ପଦବୀ ଖାଲି ରହିଛି । ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କର ଆଡମିଶନ ସୈନିକ ସ୍କୁଲ୍‌ ଭୁବନେଶ୍ୱରରେ କରିବାକୁ ଏବଂ ବିଦ୍ୟାଳୟରେ ଉପଲବ୍ଧ ସୁବିଧା ଗୁଡ଼ିକର ସର୍ବୋତ୍ତମ ଉପଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *