ରାଜ୍ୟ

ବସକୁ ଧକ୍କା ଦେଲା ଟ୍ରକ୍ : ୩ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଜାତୀୟ ରାଜପଥ-୫୭ର ଭୈରବୀ ମନ୍ଦିର ଛକରେ ହୋଇଛି ଭୟଙ୍କର ଦୁର୍ଘଟଣା । ବସକୁ ଏକ ଟ୍ରକ୍ ଧକ୍କା ଦେବାରୁ ୩ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୫ ଯାତ୍ରୀ । ସୂଚନା ମୁତାବକ ବସଟି ଭୁବନେଶ୍ୱରରୁ ଲୋଇସିଂହା ଅଭିମୁଖେ ଯାତ୍ରା କରୁଥିଲା । ଗୁରୁତରମାନଙ୍କ ମେଡିକାଲ ନିଆଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *