ରାଜ୍ୟ

ହୀରାକୁଦ ୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର : ହୀରାକୁଦର ଜଳସ୍ତର ଆଜି ରାତି ୯ଟା ସୁଦ୍ଧା ୬୨୯.୨୯ ଫୁଟ୍‌ରେ ପହଞ୍ଚିଛି । ସେପଟେ, ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୦ ହଜାର ୯୮୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୯୦ ହଜାର ୧୫୯ କ୍ୟୁସେକ୍‌ ନିଷ୍କାସିତ ହେଉଛି । ଗତକାଲି ୧୨ଟି ଗେଟ୍‌ ଖୋଲାଥିବା ବେଳେ ପର୍ଯ୍ୟାୟକ୍ରମେ ୮ଟି ଗେଟ୍‌ ବନ୍ଦ କରାଯାଇଛି । ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ୯.୧୦ ମିମି ଏବଂ ତଳମୁଣ୍ଡରେ ୧.୩୬ ମିମି ବର୍ଷା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *