ରାଜ୍ୟ

ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୁଣ୍ଡଳିଠାରେ ଗତକାଲିର ହାତୀ ଅପରେସନ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼୍ରାଫ୍ ଟିମର ଜଣେ ବୁଡାଳି ଏବେ ବି ନିଖୋଜ ଅଛନ୍ତି । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି । ଏହି ମାମଲାରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ୪ ଲକ୍ଷ ଟଙ୍କାର ସହାୟତା ଦେବାକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଅରିନ୍ଦମଙ୍କ ପରିବାରକୁ ମିଳିବ ଏହି ସହାୟତା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ମଞ୍ଜୁରୀ ନେଇ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ବୋଟ୍ ଦୁର୍ଘଟଣାରେ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଛି । ଗତକାଲି ଓଟିଭି ପକ୍ଷରୁ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା । ଅରିନ୍ଦମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି କହିଥିଲେ ଜାଗି ମଙ୍ଗତ ।

Leave a Reply

Your email address will not be published. Required fields are marked *