ରାଜ୍ୟ

BSF ପୋଲିସ କ୍ୟାମ୍ପରେ ଘଟିଛି ଅଘଟଣ

ରାଇଘର : ନବରଙ୍ଗପୁର ଜିଲ୍ଲା BSF ପୋଲିସ କ୍ୟାମ୍ପରେ ଘଟିଛି ଅଘଟଣ । ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଜଣେ ଡିଭିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୨ ଜଣ ଯବାନ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । କ୍ୟାମ୍ପ ଉପରେ ଯାଇଥିବା ୧୧ କେଭି ତାରରୁ ଚାର୍ଜ ହୋଇଯାଇଥିଲା ଘର । ଫୋନରେ କଥା ହେଲା ବେଳେ ଝରକାକୁ ଛୁଇଁ ଦେଇଥିଲେ ଯବାନ ଜଣକ । ଫଳରେ ବିଦ୍ୟୁତ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ବି ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *