ରାଜ୍ୟ

ବାତ୍ୟା ‘ଗୁଲାବ’: ଗଜପତି ପରେ ରାୟଗଡ଼ା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ରାୟଗଡ଼ା : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଧିରେ ଧିରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଗଜପତି ପରେ ରାୟଗଡ଼ା ଜିଲ୍ଲାର ସରକାରୀ କର୍ମଚାରଙ୍କ ଛୁଟି ବାତିଲ ହୋଇଛି । ଛୁଟି ବାତିଲ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ । ୨୬ରୁ ୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିକୁ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ସଦର ମହକୁମା ନଛାଡ଼ିବାକୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

Leave a Reply

Your email address will not be published. Required fields are marked *