ଦେଶ- ବିଦେଶ

ନବଜାତର ମୁହଁ ଓ ଶରୀର ଦେଖି ଘରଲୋକ ଚକିତ

ରାଞ୍ଚି : ଝାରଖଣ୍ଡ ଗିରିଡିହ ଜିଲ୍ଲାରେ ଏକ ବିଚିତ୍ର ଶିଶୁ ଜନ୍ମ ହୋଇଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ବିଚିତ୍ର ନବଜାତ ଶିଶୁକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଛି। ବିଚିତ୍ର ଶରୀର ଓ ମୁହଁ ଦେଖି ନବଜାତର ମା’ ଓ ଜେଜେମା ଚିନ୍ତିତ ଅଛନ୍ତି। ସେମାନେ କଣ କରିବେ କିଛି ବୁଝି ପାରୁନାହାନ୍ତି। ସାଧାରଣତଃ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହିଭଳି ଶିଶୁ ଜନ୍ମ ନେଇଥାନ୍ତି। ମହିଳା କହିଛନ୍ତି ଯେ ସେ ସାମାନ୍ୟ ପ୍ରସବ ଦ୍ୱାରା ଶିଶୁ ପୁତ୍ର ଜନ୍ମ ଦେଇଥିଲେ।

ସୂଚନା ଅନୁଯାୟୀ, ଗିରିଡିହ ଜିଲ୍ଲାର ଦେବରୀ ଅନ୍ତର୍ଗତ ଦୁଲେରୀ ଗାଁରେ ସଞ୍ଜୟ ରବି ଦାସକା ଘରେ ଏକ ଅସାମାନ୍ୟ ଓ ବିଚିତ୍ର ଶିଶୁ ପୁତ୍ର ଜନ୍ମ ହୋଇଛି। ଶିଶୁକୁ ନେଇ ପୁରା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଶିଶୁର ମୁହଁ ଭଞୟଙ୍କର ଦେଖାଯାଉଛି ଓ ଶରୀର ମଧ୍ୟ ଅଜବ ପ୍ରକାର। କିଛି ଲୋକେ ଏହାକୁ ଅପ୍ରାକୃତିକ ଘଟଣା ବୋଲି କହୁଛନ୍ତି। କିଛି ଲୋକେ ଶିଶୁକୁ ଈଶ୍ୱରଙ୍କ ରୂପ ଭାବି ପୂଜା ମଧ୍ୟ କରୁଛନ୍ତି ଏବଂ ଟଙ୍କା ମଧ୍ୟ ଅର୍ପଣ କରୁଛନ୍ତି।

ଗୁରୁବାର ସନ୍ଧ୍ୟାରେ ଚତରୋ ସ୍ଥିତ ସରକାରୀ ହସ୍ପିଟାଲରେ ଶିଶୁ ଜନ୍ମ ହୋଇଛି। ଶିଶୁକୁ ଦେଖିବା ମାତ୍ରେ ହସ୍ପିଟାଲ କର୍ମଚାରୀ ଚକିତ ହୋଇଯାଇଥିଲେ। ଶିଶୁକୁ ଧରିବାକୁ ଓ ଛୁଇଁବାକୁ ମଧ୍ୟ ସମସ୍ତେ ମନା କରିଦେଇଥିଲେ। ନବଜାତର ଶରୀରରେ ବଡ ବଡ ଆଘାତ ହୋଇଛି। ଦେଖିବାକୁ ସେ ସାମାନ୍ୟ ଶିଶୁଠୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଚିନ୍ତାର କଥା ହେଲା, ଶିଶୁ ଜନ୍ମ ହେବା ପରଠୁ ଥରେ ବି ମା’ କ୍ଷୀର ଖାଇନି। ସେ ଲଗାତାର କାନ୍ଦୁଛି। ସେଥିପାଇଁ ଘରଲୋକ ବି ଚିନ୍ତିତ। ଡାକ୍ତର ଏହାକୁ ଅପ୍ରାକୃତିକ ଘଟଣା ବୋଲି କହିଛନ୍ତି। ଡାକ୍ତର କହିଛନ୍ତି ଯେ ପ୍ରଥମଥର ଏହିଭଳି ଶିଶୁ ଜନ୍ମ ହୋଇଛି। ଡାକ୍ତର ଆହୁରି ମଧ୍ୟ କହିଛନ୍ତି ଯେ ଏହିଭଳି ଶିଶୁକୁ ଅଧିକ ଦିନ ବଞ୍ଚାଇ ରଖିବା ମୁସ୍କିଲ ହୋଇଥାଏ। କାରଣ ଶିଶୁ କ୍ଷୀର ମଧ୍ୟ ଖାଉନି।

Leave a Reply

Your email address will not be published. Required fields are marked *