ରାଜ୍ୟ

ଝିଅ ଘରକୁ ସାଦ ଭାର ଦେବାକୁ ଯିବାବେଳେ ଘାଟିରେ ଓଲଟିଲା ଅଟୋ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ମହୁଲଡିହା ଥାନା ଶାଳଚୁଆ ଘାଟିରେ ଏକ ଅଟୋ ଓଲଟି ପଡିବାରୁ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ବ୍ରେକ୍ ଫେଲ୍ ଯୋଗୁଁ ଅଟୋ ଦୁର୍ଘଟଣା ହୋଇଥିବା ଡ୍ରାଇଭର କହିଛନ୍ତି । ସୁଚନାଯୋଗ୍ୟ ଯେ, ଆନନ୍ଦପୁର ଥାନା ପଣଷଡିହା ଗାଁର ପ୍ରତାପ ପୂର୍ତ୍ତି ନିଜ ପରିବାର ଓ ବନ୍ଧୁବାନ୍ଧବ ମୋଟ୍ ୯ ଜଣ ସଦସ୍ୟ ଅଟୋ ଯୋଗେ କାଠକଟା ଗାଁରେ ଝିଅ ଘରକୁ ସଦ ଦେବାକୁ ଯାଉଥିଲେ । ବାଟରେ ଶାଳଚୁଆ ଘାଟିଠାରେ ନିୟନ୍ତ୍ରଣ ହରାଇ ଅଟୋଟି ଓଲଟି ପଡିଥିଲା । ଫଳରେ ୬ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକେ ସେଠାରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *