ଜୀବନଚର୍ଯ୍ୟା

କ୍ଷୀର ସହିତ ମିଶାଇ ଖାଆନ୍ତୁ ନାହିଁ ଏହି ୯ଟି ଖାଦ୍ୟ

ପୃଷ୍ଟିକର ଖାଦ୍ୟ ଏବଂ ସ୍ୱାଦ ପାଇଁ ଆମେ ପ୍ରାୟତ ଦୁଇଟି ବା ଦୁଇଟିରୁ ଅଧୀକ ଖାଦ୍ୟ ମିଶାଇ ଖାଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି କିଛି ଖାଦ୍ୟକୁ ଏକାଠି ମିଶାଇ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଖରାପ ଖାଦ୍ୟ ମିଶ୍ରଣରେ ପେଟ ଫୁଲିବା, ଯନ୍ତ୍ରଣା ହେବା, ଥକାପଣ, ଗ୍ୟାସ ଓ ଅସ୍ଥିରତା ଭଳି ସମସ୍ୟା ଦେଖାଦେଇ ପାରେ। ଯଦି ଆପଣ ବହୁତ ଦିନ ପର୍ଯ୍ୟନ୍ତ ଭୁଲ ଖାଦ୍ୟ ମିଶ୍ରଣ ଖାଉଛନ୍ତି ଏହାର ପରିଣାମ ସ୍ୱରୂପ ପୁରୁଣା ହଜମ ସମସ୍ୟା, ଶ୍ୱାସ ପ୍ରକ୍ରିୟାରେ ଦୁର୍ଗନ୍ଧ ସହିତ ଅନେକ ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଆମେ ସବୁବେଳେ ଖାଇବା ବିଷୟରେ ଚିନ୍ତା କରୁ କିନ୍ତୁ ଏକ ବହୁତ ବଡ଼ କାରକ ଯାହାକୁ ଆମେ ଅଧୀକାଂଶ ଲୋକ ଅଣଦେଖା କରିଥାଉ ତାହା ହେଉଛି ସଠିକ ଖାଦ୍ୟ ଯୋଡ଼ି। ଅନେକ ଲୋକ କ୍ଷୀର ସହିତ ନିଜ ପସନ୍ଦର କୁକିଜ୍ ଓ ଫଳ ମିଶାଇ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଯଦି ଆମେ ଆୟୁର୍ବେଦ ଅନୁଶାରେ ଯିବା ତ ଭୁଲ ମିଶ୍ରଣ ସହିତ କ୍ଷିର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ଭୁଲ ଖାଦ୍ୟମିଶ୍ରଣ ଗୁଡ଼ିକ କଣ?

ବହୁତ ଲୋକ କ୍ଷୀର ଓ କଦଳୀ ଏକା ସହିତ ଖାଆନ୍ତି ଏବଂ ଏହାକୁ ଏକ ଭଲ ଖାଦ୍ୟ ମିଶ୍ରଣ ବୋଲି ମାନନ୍ତି। କିନ୍ତୁ ଆୟୁର୍ବେଦ ଏହି ଖାଦ୍ୟ ସଂଯୋଜନକୁ ସମ୍ପୁର୍ଣ୍ଣରୂପେ ବାରଣ କରିଥାଏ। ଆମେ ଖାଉଥିବା ଖାଦ୍ୟ ହଜମ କରିବାପାଇଁ ମନୁଷ୍ୟ ଶରୀରରେ ଥିବା ପାଚକାଗ୍ନି ଦାୟି। ଯେତେବେଳେ ଆମେ ଖାଦ୍ୟ ଖାଇଥାଉ ସେତେବେଳେ ତାହା ପାଚକାଗ୍ନି କୁ ଓଭରଲୋଡ କରିଥାଏ। ଯାହା ଫଳରେ ହଜମ ପ୍ରକ୍ରିୟା ଦୁର୍ବଳ ହୋଇଥାଏ। ଏଥିରୁ ବିଶାକ୍ତ ପ୍ରତିକ୍ରିୟା ସୃଷ୍ଟି ହୁଏ ଯାହାକି ଶରୀରରେ ରୋଗ ସୃଷ୍ଟି ହେବାର କାରଣ। ଯେତେବେଳେ ଆପଣ ଭୁଲ ଖାଦ୍ୟମିଶ୍ରଣ କୁ ବାଛନ୍ତି ପାଚକାଗ୍ନି ଦୁର୍ବଳ ହୋଇଥାଏ। କ୍ଷିର ଏକ ପୃଷ୍ଟିକର ଖାଦ୍ୟ ଯେ ପର୍ଯ୍ୟନ୍ତ ଏହାକୁ ଅସଙ୍ଗତ ଖାଦ୍ୟ ମିଶାଯାଇ ନାହିଁ। ନିମ୍ନରେ ଖାଦ୍ୟ ତାଲିକା ଦିଆଯାଇଛି ଯାହାକୁ କ୍ଷୀର ସହିତ ଖାଇବା ଅନୁଚିତ ।

୧. କଦଳୀ
୨. ଚେରି
୩. କୌଣସି ଖଟାଫଳ
୪. ଖମିରରୁ ତିଆରି ହୋଇଥିବା ଖାଦ୍ୟ
୫. ଅଣ୍ଡା, ମାଛ, ମାଂସ
୬. କିଚାରି
୭. ଦହି
୮. ଲେମ୍ବୁ
୯. ମୂଳା

କ୍ଷୀର ପିଇବାର ସବୁଠାରୁ ଭଲ ତରିକା……

କ୍ଷୀର ପିଇବାର ସବୁଠାରୁ ଭଲ ତରିକା ହେଉଛି ସତେଜ କ୍ଷୀରକୁ ମହୁ କିମ୍ବା ଗୁଡ଼ ସହିତ ଖାଇବା। ଏହାକୁ ଆପଣ ନିଜ ପସନ୍ଦ ଅନୁସାରେ ମିଶାଇ ଖାଇପାରିବେ। କିନ୍ତୁ ଚେଷ୍ଠା କରନ୍ତୁ ଅନ୍ୟକିଛି ମିଶାଇ ନଖାଇବା ପାଇଁ।

Leave a Reply

Your email address will not be published. Required fields are marked *