ଅପରାଧରାଜ୍ୟ

ବୁର୍ଲା ଭୀମସାରରୁ ଆଉ ଜଣେ ଦଲାଲ ଗିରଫ

ସମ୍ବଲପୁର : ବୁର୍ଲା ଭୀମସାର ରକ୍ତ ଭଣ୍ଡାରରୁ ପୁଣି ଜଣେ ରକ୍ତ ଦଲାଲ ଗିରଫ । ଗିରଫ ଅଭିଯୁକ୍ତ ଜଣକ ସତ୍ୟଜିତ ଜେନା ବୋଲି ସୂଚନା ଦେଇଛନ୍ତି ବୁର୍ଲା ଥାନା ଅଧିକାରୀ । ଗିରଫ ଅଭିଯୁକ୍ତ ଜଣକ ଗୁରୁବାର ଗିରଫ ହୋଇଥିବା ଟିବି ଓ୍ବାର୍ଡର ଆଟେଣ୍ଡାଣ୍ଟ ସରୋଜ ଭୋସାଗରଙ୍କ ସହଯୋଗୀ ବୋଲି ପୋଲିସ କହିଛି । ଏମାନେ ଉଭୟେ ମିଶି ଛତିଶଗଡର ଜଣେ ରୋଗୀଙ୍କୁ ରକ୍ତ ଯୋଗାଇଦେବା ନାଁରେ ପଇସା ମାଗିଥିଲେ । ସଠିକ ସମୟରେ ଆକ୍ସନ ଯୋଗୁଁ ଏମାନେ ଧରାପଡିଛନ୍ତି । ସୂଚନା ଅନୁସାରେ, ଛତିଶଗଡର ଜଣେ ବ୍ୟକ୍ତି ଟିବିରେ ଆକ୍ରାନ୍ତ ହୋଇ ବୁର୍ଲାରେ ଭର୍ତ୍ତି ହୋଇଥିଲେ । ତେବେ ରୋଗୀଙ୍କ ପାଇଁ ଏ ପଜିଟିଭ ରକ୍ତ ଦରକାର ପଡୁଥିଲା । ଫଳରେ ତାଙ୍କ ସ୍ତ୍ରୀଙ୍କୁ ରକ୍ତ ଯୋଗାଇ ଦେବି କହି ୨୫୦୦ ଟଂକା ମାଗିଥିଲା ଅଭିଯୁକ୍ତ ସରୋଜ । ଏହି ଘଟଣାରେ ସରୋଜ ସହିତ ସତ୍ୟଜିତର ସମ୍ପୃକ୍ତି ଯୋଗୁଁ ତାକୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *