ଦେଶ- ବିଦେଶ

ପତ୍ନୀ କରୋନା ଟିକା ନେବା ସମୟରେ ସ୍ୱାମୀ କ’ଣ କଲା ଜାଣିଲେ ଆଶ୍ଚର୍ଯ୍ୟ ହେର୍ବେ….

ନୂଆଦିଲ୍ଳୀ: ସ୍ତ୍ରୀକୁ କରୋନା ଟିକା ଦେଉଥିବାରୁ ନର୍ସଙ୍କୁ ଆକ୍ରମଣ କରିଛି ଯୁବକ । ଆକ୍ରମଣ କରି ନର୍ସଙ୍କ ନାକ ଫଟାଇଦେବା ପରେ ଯୁବକ ଜଣଙ୍କ ଟିକାକରଣ କେନ୍ଦ୍ର ଛାଡି ପଳାଇଥିଲେ । ମହିଳା ଜଣଙ୍କୁ ଟିକା ପ୍ରଦାନ କରାଯାଉଥିବା ବେଳେ ସ୍ୱାମୀ ଜଣଙ୍କ ଏଥିରେ ଖୁସି ନଥିଲେ । ନର୍ସଙ୍କୁ କରୋନା ଟିକା ନ ଲଗାଇବା ପାଇଁ ଯୁବକ ଜଣକ କହିଥିଲେ । ମାତ୍ର ଟିକାକରଣ ଦାୟିତ୍ୱରେ ରହିଥିବା ନର୍ସ ଜଣଙ୍କ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ମୁଥମାରି ନାକ ଫଟାଇଥିଲେ ଯୁବକ । କାନାଡାର କ୍ୟୁବେକରେ ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି । ସ୍ତ୍ରୀ ଟିକା ନେବା ପାଇଁ ଧାଡିରେ ରହିଥିଲା । ମାତ୍ର ସ୍ୱାମୀର ଅନୁମତି ଆଣି ନଥିବାରୁ ଏହାକୁ ବିରୋଧ କରିଥିଲା ପତତି । ନର୍ସଙ୍କ ସହିତ ଯୁକ୍ତିତର୍କ କରିବା ପରେ ମୁଥ ମାରିଥିଲେ ଯୁବକ । ଟିକା ବିରୋଧୀ ଆନ୍ଦୋଳନ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *