ରାଜ୍ୟ

ଶ୍ରୀମନ୍ଦିର ହେରିଟେଜ୍ କରିଡର, ଅକ୍ଟୋବର ମାସରୁ ଆରମ୍ଭ ହେବ କାର୍ଯ୍ୟ

ପୁରୀ : ରାଜ୍ୟ ସରକାରଙ୍କ ଆଇନ ବିଭାଗ ସହ ଶ୍ରୀମନ୍ଦିର ପ୍ରଶାସନକୁ ବି ବିଧିବଦ୍ଧ ଚିଠି କରିଛି ଏନ୍‌ଏମ୍‌ଏ । ଯଦ୍ୱାରା ହେରିଟେଜ୍ କରିଡର ପାଇଁ ବାଟି ଫିଟିବା ସହ ଐତିହ୍ୟ ସହରର ବିକାଶ ସ୍ୱପ୍ନ ବି ସାକାର ହେବାକୁ ଯାଉଛି । ଏନ୍‌ଏମ୍‌ଏର ମଞ୍ଜୁରି ପରେ ଅକ୍ଟୋବରରୁ ଶ୍ରୀମନ୍ଦିର ହେରିଟେଜ୍ କରିଡର କାମ ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଉତ୍ତରପାର୍ଶ୍ୱରୁ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରାରମ୍ଭିକ କାର୍ଯ୍ୟ ସ୍ୱରୂପ ଏହି ପାର୍ଶ୍ୱକୁ ଆଜି ଖାଲି କରାଯାଇଛି । ସେପଟେ ୭୫ ମିଟର ପରିଧିରେ ଥିବା ବାକି କୋଠାଗୁଡ଼ିକର ଉଚ୍ଛେଦ କାମ ଯଥାଶୀଘ୍ର ସାରିବାକୁ ତତ୍ପରତା ଦେଖାଇଛି ପ୍ରଶାସନ ।
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ପରିଧିରେ ରାଜ୍ୟ ସରକାର ହେରିଟେଜ୍ କରିଡରର ପରିକଳ୍ପନା କରିଥିବାବେଳେ ଏହାଭିତରେ ତିନିଟି ମିନି କ୍ଲକ୍ରୁମ୍‌, ତିନିଟି ସୂଚନା ଓ ଦାନ କିଓସ୍କୋ, ୫ଟି ଆଶ୍ରୟ ଘର, ୬ଟି ପୁରୁଷ ଓ ମହିଳାଙ୍କ ଶେ?ଚାଳୟ, ୨ଟି ସେବାୟତ ଶେ?ଚାଳୟ, ଗୋଟିଏ ପୁଲିସ୍ ସେବା କେନ୍ଦ୍ର, ଗୋଟିଏ ଏଟିଏମ୍ କିଓସ୍କୋ, ୧୦୦ ଜଣଙ୍କ ବସିବା ଭଳି ଗୋଟିଏ ଭଜନ ମଣ୍ଡପ, ୫ଶହ ଜଣଙ୍କ ବସିବା ଭଳି ଗୋଟିଏ ସଂସ୍କୃତି ମଣ୍ଡପ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି, ଯେଉଁଠି ୮ ହଜାର ବ୍ୟକ୍ତିଙ୍କ ବସିବା ସୁବିଧା ରହିବ । ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ହୋଇଥିବା ଚିଠି ମୁତାବକ, ଏନ୍‌ଏମ୍‌ଏ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ହେରିଟେଜ୍ କରିଡର ଯୋଜନା ଅନ୍ତର୍ଭୁକ୍ତ କ୍ଲକ୍ ରୁମ୍ , ମିନି କ୍ଲକ୍ ରୁମ୍‌, ଆଶ୍ରୟ ଗୃହ, ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ଶୌଚାଳୟ, ସେବାୟତଙ୍କ ପାଇଁ ଶେ?ଚାଳୟ, ଇଲେକ୍ଟ୍ରି ରୁମ୍ କରିବାକୁ ଅନୁମତି ପ୍ରଦାନ କରିଛି । ସେହିଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପାଇଁ ପାଦଚଲା ରାସ୍ତା, ଅପେକ୍ଷା ସ୍ଥାନକୁ ମଞ୍ଜୁରି ମିଳିଛି ।

ଏଣୁ ସରକାର ଏନ୍‌ଏମ୍‌ଏ ଅନୁମତି ମିଳିଥିବା କାମକୁ ପ୍ରଥମେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଓବିସିସି ଟାଟା ପ୍ରୋଜେକ୍ଟକୁ ହେରିଟେଜ୍ କରିଡର କାମ ଦେଇଥିବାବେଳେ ସମ୍ପୃକ୍ତ ସଂସ୍ଥା ଅକ୍ଟୋବରରୁ ଏହି କାମ ଆରମ୍ଭ କରିବ । ପିପିଲି ଉପନିର୍ବାଚନ ସରିବା ପରେ ପରେ ଏହି କାମ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି । କିନ୍ତୁ ଐତିହ୍ୟ କରିଡର ପାଇଁ ଏନ୍‌ଏମ୍‌ଏର ଅନୁମତି ଆବଶ୍ୟକ ରହିଥିବାରୁ ଏ ସମ୍ପର୍କରେ ସରକାର ଚିଠି ଲେଖି ଅନୁମତି ମାଗିଥିଲେ । ଅକ୍ଟୋବରରୁ ଏହି କାମ ଆରମ୍ଭ ହୋଇଯିବ । ବାକି ପ୍ରକଳ୍ପର ଅନୁମତି ବି ଖୁବଶୀଘ୍ର ମିଳିଯିବ ବୋଲି ଶ୍ରୀମନ୍ଦିରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏ ଭିତରେ ଏନ୍‌ଏମ୍‌ଏ ସମ୍ପୂର୍ଣ୍ଣ ପ୍ରକଳ୍ପରୁ ଅଧା ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛି ।

Leave a Reply

Your email address will not be published. Required fields are marked *