ଅପରାଧଦେଶ- ବିଦେଶ

ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ମାମଲା : ଏଲଜେପି ନେତାଙ୍କ ସମେତ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପାଟଣା : ବିହାର ସମସ୍ତିପୁରର ସାମ୍ବାଦିକ ବିକାଶ ରଞ୍ଜନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ହିନ୍ଦୁସ୍ତାନ ଖବର କାଗଜର ରୋସଡା ସାମ୍ବାଦିକ ଥିବା ବିକାଶ ରଞ୍ଜନଙ୍କୁ ନଭେମ୍ବର ୨୦୦୮ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ।

ସଜା ଶୁଣାଯାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଏଲଜେପିର ପ୍ରଖଣ୍ଡ ଅଧ୍ୟକ୍ଷ ସ୍ବୟମ୍ବର ଯାଦବ, ଚକଥାମ ପଶ୍ଚିମ ପଞ୍ଚାୟତ ପ୍ରତିନିଧି ବାବୁଲ ସିଂହ, ଶୁଟର କୃଷ୍ଣ କୁମାର ଯାଦବ ସାମିଲ ଅଛନ୍ତି। ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ମୋହନ ଯାଦବ ଫେରାର ହୋଇଯାଇଛି।

୨୫ ନଭେମ୍ବର ୨୦୦୮ ସନ୍ଧ୍ୟାରେ ସାମ୍ବାଦିକ ବିକାଶ ରଞ୍ଜନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସାମ୍ବାଦିକ ଜଣଙ୍କ କାର୍ଯ୍ୟଳୟରୁ ବାଇକ ଯୋଗେ ବାହାରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ମାମଲାରେ ବିକାଶଙ୍କ ବାପା ୧୪ ଜଣଙ୍କ ନାଁରେ ଏତଲା ଦେଇଥିଲେ। କିନ୍ତୁ ଏଥିରେ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ମାମଲାରେ ମୋଟ ୧୫ ଜଣ ସାକ୍ଷି ଦେଇଥିଲେ ।

Leave a Reply

Your email address will not be published. Required fields are marked *