ଦେଶ- ବିଦେଶ

ୟୁପିରେ କିଛି ନେତା ତାଲିବାନକୁ ସମର୍ଥନ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ’ : ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଯେଉଁମାନେ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ହେଉଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯୋଗୀ କହିଛନ୍ତି ଯେ, ସମାଜବାଦୀ ପାର୍ଟିର କିଛି ନେତା ତାଲିବାନକୁ ସମର୍ଥନ କରିଛନ୍ତି । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଉତ୍ତର ପ୍ରଦେଶର ସମ୍ବଲ ସ୍ଥିତ କେଲା ଦେବୀରେ ୨୭୫ କୋଟି ଟଙ୍କା ମୂଲ୍ୟର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ । ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସମ୍ବଲ ଜିଲ୍ଲାର ଏକ ଐତିହାସିକ ଅତୀତ ରହିଛି କିନ୍ତୁ ଦୁଃଖର ବିଷୟ ଏଠି ତାଲିବାନକୁ ସମର୍ଥନ କରୁଥିବା ଲୋକ ମଧ୍ୟ ଅଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଲିବାନ କିଭଳି ବର୍ବରତା ରଚୁଛି ତାହା ସମସ୍ତଙ୍କୁ ଜଣାଅଛି । କିନ୍ତୁ ସମାଜବାଦୀ ପାର୍ଟିର କିଛି ନେତା ତାଲିବାନକୁ ଯେଉଁଭଳି ଭାବେ ସମର୍ଥନ କରୁଛନ୍ତି ତାହା ଲଜ୍ଜାଜନକ । ତେଣୁ ଯେଉଁମାନେ ବି ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପୂର୍ବରୁ ଭଉଣୀ ଏବଂ ଝିଅମାନେ ସ୍କୁଲ ଯାଇପାରୁନଥିଲେ, ଭୟ କରୁଥିଲେ । ସେମାନଙ୍କୁ ଦିନ ଦ୍ବିପ୍ରହରରେ ଅସଦାଚରଣ କରାଯାଉଥିଲା । ଯାହା ଫଳରେ ମାଆ ବାପା ସେମାନଙ୍କୁ ସ୍କୁଲକୁ ପଠାଇବାକୁ ଭୟ କରୁଥିଲେ । କିନ୍ତୁ ଏବେ ସେମାନେ ନିର୍ଭୟ ଏବଂ ସୁରକ୍ଷିତ ଭାବେ ସ୍କୁଲକୁ ଯାଉଛନ୍ତି । ଯୋଗୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସର୍ବଦା ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଛି । କିଛି ଲୋକ ଅଛନ୍ତି ଯେଉଁମାନେ ସୁଯୋଗ ପାଇଲେ ଭାରତର ବିରୋଧୀଙ୍କୁ ଆଶ୍ରୟ ଦେବାକୁ ଦ୍ୱିଧା କରନ୍ତି ନାହିଁ । ଯେପର୍ଯ୍ୟନ୍ତ ଭାରତରେ ମୋଦୀଙ୍କର ସରକାର ରହିଛି ସେ ଯାଏଁ  ଭାରତକୁ କେହି ଭାଙ୍ଗିପାରିବେ ନାହିଁ କିମ୍ବା ଦେଶର କୌଣସି କ୍ଷତି କରିପାରିବେ ନାହିଁ । କରୋନା ସମୟରେ ବିରୋଧୀ ଦଳର କିଛି ନେତା ଘରେ ବସି ଟ୍ୱିଟରରେ କେବଳ ଅଭିଯୋଗ କରୁଥିଲେ ଏବଂ ମଜା ନେଉଥିଲେ କିନ୍ତୁ ବିଜେପି ସରକାର ଜନସାଧାରଣଙ୍କ ସେବାରେ ଲାଗିଥିଲା ଏବଂ ଅହରହ କରୋନା ବିରୋଧରେ ଲଢେଇ ଜାରି ରଖିଥିଲା ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।

Leave a Reply

Your email address will not be published. Required fields are marked *