ରାଜ୍ୟ

ଜିଲ୍ଲା ମଙ୍ଗଳ ଅଧିକାରୀ କରୋନା ପଜିଟିଭ୍, ହଷ୍ଟେଲ୍ ଅନ୍ତେବାସୀଙ୍କ ବଢ଼ିଲା ଚିନ୍ତା

କନ୍ଧମାଳ : ଜିଲ୍ଲା ମଙ୍ଗଳ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଫଳରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ମୁଣ୍ଡିଗଡ଼ରେ ଥିବା ମା ଭୈରବୀ ଉଚ୍ଚବିଦ୍ୟାଳୟ ହଷ୍ଟେଲରେ ଥିବା ୫୦ ଅନ୍ତେବାସୀଙ୍କ ଚିନ୍ତା ବଢ଼ିଛି । ଗତ ଶୁକ୍ରବାର ଦିନ ପ୍ରଧାନଶିକ୍ଷୟତ୍ରୀ ଓ ମେଟ୍ରନଙ୍କ ନିର୍ଯ୍ୟାତନା ସହି ନପାରି ୨୬ ଜଣ ଛାତ୍ରୀ ହଷ୍ଟେଲ୍ ଛାଡ଼ି ଚାଲି ଯାଇଥିବା ଘଟଣାର ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ମଙ୍ଗଳ ଅଧିକାରୀ ଓ ବ୍ଲକ୍ ମଙ୍ଗଳ ଅଧିକାରୀ ଉକ୍ତ ସ୍କୁଲକୁ ତଦନ୍ତ ପାଇଁ ଯାଇଥିଲେ। କିନ୍ତୁ କେହି ମଧ୍ୟ ମାସ୍କ୍ ପିନ୍ଧି ନଥିଲେ। ପ୍ରାୟ ୬ରୁ ୭ଘଣ୍ଟା ସ୍କୁଲରେ ରହିବା ସହ ଅନ୍ତେବାସୀ, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ସହ ଆଲୋଚନା କରିଥିଲେ। ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ। କେବଳ ମା ଭୈରବୀ ଉଚ୍ଚବିଦ୍ୟାଳୟ ହଷ୍ଟେଲ୍ ଅନ୍ତେବାସୀ ନୁହଁନ୍ତି, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବେ ଚିନ୍ତାରେ। ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟା ଆଶ୍ରମରେ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ ଯାଇଥିବାରୁ ଶିକ୍ଷକ-ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଆଜି କୋଭିଡ୍ ଟେଷ୍ଟ କରିଛନ୍ତି। ସମସ୍ତଙ୍କ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ତେବେ ଦୀର୍ଘ ଘଣ୍ଟା ରହିଥିବା ମା ଭୈରବୀ ଉଚ୍ଚବିଦ୍ୟାଳୟ ଅନ୍ତେବାସୀ ଏବେ କରିବେ କଣ ଓ ସେମାନଙ୍କ ଅଭିଭାବକ ନିଜ ନିଜ ଗାଁକୁ ଯାଇଛନ୍ତି ଏଣୁ ସମସ୍ତଙ୍କୁ ଚିହ୍ନଟ କରି ସ୍ଵତନ୍ତ୍ର ଭାବରେ ଟେଷ୍ଟ୍ କରିବା ପାଇଁ ଜିଲ୍ଲାପାଳ ପଦେକ୍ଷପ ନେବା ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *