ରାଜ୍ୟ

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଗଲା ଜୀବନ

ଭବାନୀପାଟଣା : ଡ୍ରେନରେ ଭାସି ୧୦ମ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ଦିନ କେଇଟା ବିତିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା । ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ । ଏହି ଘଟଣାରେ ଜଣେ ୮ ବର୍ଷର ଶିଶୁକନ୍ୟା ଓ ଜଣେ ୪ ବର୍ଷର ଶିଶୁପୁତ୍ର ମୃତ୍ୟୁବରଣ କରିଛନ୍ତି । ଉଭୟଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଖେଳିବା ପାଇଁ ପୋଖରୀ ଭିତରକୁ ୨ ଶିଶୁ ଚାଲିଯାଇଥିଲେ ବୋଲି ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *