ରାଜ୍ୟ

ମାଲକାନଗିରିରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ମାଥିଲି ଥାନା ଅନ୍ତର୍ଗତ କିରିମିଟି ଗାଁ ନିକଟରେ ଓଡିଶା ଛତିଶଗଡ ସୀମାନ୍ତ ଦରଭା ମାଓ ସଂଗଠନର ପ୍ରାୟ ୫୦ ଜଣ ସଶସ୍ତ୍ର ମାଓବାଦୀ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।ଏହାପରେ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ ସେଠାରେ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା ।

ଜବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ପରେ ଜବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି । ବର୍ତ୍ତମାନ ଜବାନମାନେ ସଂପୂର୍ଣ୍ଣ ଜଙ୍ଗଲଟିକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *