ଦେଶ- ବିଦେଶମନୋରଞ୍ଜନ

ରାଜ କୁନ୍ଦ୍ରାଙ୍କ ଜାମିନ ପରେ ପୁଅ ଭିଆନ୍ ସେୟାର କଲେ ଭାବୁକ ପୋଷ୍ଟ

ମୁମ୍ବାଇ : ଅଶ୍ଳୀଳ ଫିଲ୍ମ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା। ଅନେକ ଥର ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ବର୍ତ୍ତମାନ ରାଜଙ୍କୁ ୫୦ ହଜାରରେ ମୁମ୍ବାଇ ସେସନ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜଙ୍କ ଜାମିନ ପରେ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ଇନ୍ଦ୍ରଧନୁ ପ୍ରମାଣ କରେ ଯେ ଝଡ ଯେତେ ବଡ ହେଲେ ବି ଏହା ପରେ ସୁନ୍ଦର ଜିନିଷ ହୋଇପାରେ। ଶିଳ୍ପାଙ୍କ ଏହି ପୋଷ୍ଟ ପରେ ବର୍ତ୍ତମାନ ତାଙ୍କ ପୁଅ ଭିଆନ୍ ରାଜ କୁନ୍ଦ୍ରା ମଧ୍ୟ ଏକ ପ୍ରେରଣାଦାୟକ ପୋଷ୍ଟ ସେୟାର କରିଛନ୍ତି। ଭିଆନ୍ ଶିଳ୍ପା ଶେଟ୍ଟୀ ଓ ଭଉଣୀ ସମିଶାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, ‘ଜୀବନ ଭଗବାନ ପ୍ରଭୁ ଗଣେଶଙ୍କ ଶୁଣ୍ଢ  ଭଳି ବଡ଼ ଓ ସମସ୍ୟା ତାଙ୍କ ମୂଷା ଭଳି ଛୋଟ, ମୁହୂର୍ତ୍ତଗୁଡ଼ିକ ଗଣେଶଙ୍କ ପ୍ରିୟ ମୋଦକ ଭଳି ମିଠା, ଗଣପତି ବାପ୍ପା ମୋରିଆ।’ ଭିଆନଙ୍କ ପୋଷ୍ଟରେ ସେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସମର୍ଥନ ପାଇଛନ୍ତି। ଭିଆନଙ୍କ ପୋଷ୍ଟକୁ ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ସମର୍ଥନ ଜଣାଇଛନ୍ତି। ଭିଆନଙ୍କ ସହିତ ଶିଳ୍ପା ଶେଟ୍ଟୀ ମଧ୍ୟ ନିଜ ପୋଷ୍ଟ ମାଧ୍ୟମରେ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି। ଯୋଗ ପାଇଁ ପୋଜ୍ କରିବା ସମୟରେ ଅଭିନେତ୍ରୀ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଆମ ଜୀବନର ସବୁଠାରୁ ବଡ ଗୌରବର ବିଷୟ ହେଉଛି ଯେ ଆମେ ଜୀବନରେ କେବେ ହରିବାନି, ବରଂ ବାରମ୍ବାର ପଡିଲେ ବି ପ୍ରତ୍ୟେକ ଥର ପୁଣି ଉଠିବା। ଏହା ସହ ଶିଳ୍ପା କ୍ୟାପସନରେ ଲେଖିଛନ୍ତି, ‘ଅନେକ ଥର ଏପରି ମୁହୂର୍ତ୍ତ ଆସିବ ଯାହା ଆପଣଙ୍କୁ ତଳେ ପକାଇବାକୁ ଚେଷ୍ଟା କରିବ। ଏହିଭଳି ସମୟରେ ଯଦି ଆପଣ ୭ଥର ତଳେ ପଡନ୍ତି ତାହେଲେ ନିଜକୁ ଏତେ ଦୃଢ ଓ ମଜବୁତ କରନ୍ତୁ ଯେ ଅଷ୍ଟମ ଥର ଛିଡା ହୋଇପାରିବେ। ଉଠିବା ପାଇଁ ବହୁତ ଧୈର୍ଯ୍ୟ, ସାହସ, ସଂକଳ୍ପ, ଶକ୍ତି ଆବଶ୍ୟକ। କିନ୍ତୁ ଏସବୁ ଆପଣଙ୍କୁ ଜୀବନ ଯାତ୍ରାରେ ଆପଣଙ୍କୁ ଆହୁରି ଅଧିକ ମଜବୁତ ଓ ଶକ୍ତିଶାଳୀ କରିବ।’

Leave a Reply

Your email address will not be published. Required fields are marked *