ଦେଶ- ବିଦେଶ

କ୍ଲାସରେ ସଠିକ୍ ଭାବରେ ବସିବାକୁ କହିଲେ ଶିକ୍ଷକ, ଆଉ ତା’ପରେ….

ନୂଆଦିଲ୍ଲୀ : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତିଆରି କରିବା ଦିଗରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ଉଚିତ ମାର୍ଗରେ ଯିବାକୁ ଏବଂ ସମାଜରେ ପ୍ରତିଷ୍ଠିତ ହେବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଅହରହ ଉଦ୍ୟମ କରନ୍ତି ଶିକ୍ଷକ । କିନ୍ତୁ ସମାଜରେ ଏଭଳି ବି କିଛି ବିକୃତ ମାନସିକତାର ଛାତ୍ର ଅଛନ୍ତି ଯେଉଁମାନେ କି ଭବିଷ୍ୟତ ଗଢୁଥିବା ବିଶ୍ବକର୍ମାଙ୍କୁ ଅସମ୍ମାନୀତ କରିବାକୁ ପଛାଉନାହାନ୍ତି ।

ଏଭଳି ଏକ ଘଟଣା ଘଟିଛି ଦିଲ୍ଲୀର ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ । ଯେଉଁଠାରେ ଜଣେ ଛାତ୍ର ଶ୍ରେଣୀରେ ପଢାଉଥିବା ଜଣେ ଶିକ୍ଷକଙ୍କ ଉପରେ ରାଗିଯାଇ ତାଙ୍କୁ ଲୁହା ରଡ୍‌ରେ ପିଟିଛନ୍ତି । ଏହା ପଛର କାରଣ ବି ସେମିତି ଆଶ୍ଚର୍ଯ୍ୟ କରିବା ଭଳି । ଘଟଣାରୁ ଜଣାପଡିଛି ଯେ, ଶ୍ରେଣୀରେ ଛାତ୍ରଜଣକ ଅସଂଯତ ଅବସ୍ଥାରେ ବସିଥିଲେ । ଏହା ଦେଖି ଶ୍ରେଣୀରେ ପାଠ ପଢାଉଥିବା ଶିକ୍ଷକ, ଛାତ୍ରଜଣକୁ ସଠିକ୍‌ ଢଙ୍ଗରେ ବସିବା ପାଇଁ କହିଥିଲେ ।

ଲେକଚର୍‌ଙ୍କ ଏଭଳି କଥାରେ ହଠାତ୍‌ ରାଗିଯାଇଥିଲେ ସଂପୃକ୍ତ ଛାତ୍ର ଲଳିତ୍‌ । ପରେ ସେ ଏକ ଲୁହା ରଡ୍‌ ଧରି ଫ୍ରଫେସରଙ୍କୁ ଆକ୍ରମଣ କରିଥିଲେ । ଦିଲ୍ଲୀର ରାନ୍‌ହୋଲାରେ ଗତ ଶନିବାର ଏହି ଘଟଣା ଘଟିଛି । ଘଟଣା ବାବଦରେ ଜଣାପଡିବା ପରେ ପୋଲିସ ସେଠାରେ ପହଞ୍ଚିଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ୨୧ ବର୍ଷୀୟ ଲଳିତ୍‌ ଏକାଦଶ ଶ୍ରେଣୀରେ ଦୁଇ ଦୁଇଥର ଫେଲ ହୋଇଥିଲା । ହେଲେ ବି ସେଠାରେ ପାଠ ପଢୁଥିଲା ।

ତେବେ ଶିକ୍ଷକଙ୍କୁ ମରାଣାନ୍ତକ ଆକ୍ରମଣ ଅଭିଯୋଗରେ ଲଳିତ୍‌କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଛାତ୍ର ବିରୁଦ୍ଧରେ ହତ୍ୟା ଉଦ୍ୟମ ଅଭିଯୋଗରେ ଧାରା ୩୦୮ ଆଧାରରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହିତ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।  

Leave a Reply

Your email address will not be published. Required fields are marked *