ଦେଶ- ବିଦେଶମନୋରଞ୍ଜନ

ଗିରଫ ୱାରେଣ୍ଟ ଜାରି ହେବା ପରେ କୋର୍ଟରେ ପହଞ୍ଚିଲେ କଙ୍ଗନା

ମୁମ୍ବାଇ : ଗୀତିକାର ଜାଭେଦ ଅଖତର ମାନହାନୀ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ମୁମ୍ବାଇର ଅନ୍ଧେରି କୋର୍ଟରେ ହାଜର ହୋଇଛନ୍ତି। ଗତ ସପ୍ତାହରେ କୋର୍ଟ କଙ୍ଗନାଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇ କହିଥିଲେ ଯେ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ଶୁଣାଣିରେ ଉପସ୍ଥିତ ହେଉନାହାଁନ୍ତି। ଯଦି ସେ ସେପ୍ଟେମ୍ବର ୨୦ ରେ କୋର୍ଟରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ। ବର୍ତ୍ତମାନ କୋର୍ଟଙ୍କ ମନ୍ତବ୍ୟ ପରେ କଙ୍ଗନା ହାଜର ହୋଇଛନ୍ତି। ଏହି ମାମଲାର ଶୁଣାଣି ନଭେମ୍ବର ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକି ମାମଲାକୁ ଟ୍ରାନ୍ସଫର୍ କରିବାକୁ ଆବେଦନ କରିଛନ୍ତି, ଯାହାର ଅକ୍ଟୋବର ୧ରେ ଶୁଣାଣି ହେବ। ସେପ୍ଟେମ୍ବର ୧୪ ରେ ହୋଇଥିବା ଶୁଣାଣିରେ ଜାଭେଦ ଅଖତର କୋର୍ଟରେ ଉପସ୍ଥିତ ଥିଲେ କିନ୍ତୁ କଙ୍ଗନା ଅନୁପସ୍ଥିତ ଥିଲେ। ଏହି ମାମଲାରେ କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକି କୋର୍ଟଙ୍କୁ କହିଥିଲେ ଯେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଏଥି ସହିତ ଓକିଲ କଙ୍ଗନାଙ୍କୁ କୋର୍ଟରେ ହାଜର ହେବାରୁ ମୁକ୍ତି ଦେବା ପାଇଁ ମଧ୍ୟ ଦାବି କରିଥିଲେ, ଯାହା କୋର୍ଟ ଦ୍ୱାରା ଗ୍ରହଣ କରାଯାଇଥିଲା ଏବଂ କଙ୍ଗନାଙ୍କୁ ଆଗାମୀ ଦିନରେ କୋର୍ଟରେ ହାଜର ହେବାକୁ କହୁଯାଇଥିଲା। କୋର୍ଟ କଙ୍ଗନାଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି କଙ୍ଗନା ଆଗାମୀ ଦିନରେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ।

Leave a Reply

Your email address will not be published. Required fields are marked *