ରାଜ୍ୟ

ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ପୁରୀ : ପୁରୀ ଚନ୍ଦନପୁର ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀ ସ୍ରୋତରେ ଭାସିଯାଇ ବସନ୍ତପାଟଣା ଗ୍ରାମର ଜଟି ରଥ ନାମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁରୀ ଦମକଳ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ଖୋଜା ଖୋଜି କରିବା ପରେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଚନ୍ଦନପୁର ଥାନା ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରିବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Leave a Reply

Your email address will not be published. Required fields are marked *