ଖେଳ

କାଲିଠାରୁ ଆରମ୍ଭ ହେଉଛି IPLର ବାକିଥିବା ମ୍ୟାଚ୍‌

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୪ର ଦ୍ବିତୀୟ ପର୍ଯ୍ୟାୟ ଖେଳ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ଫଟାଫଟ୍‌ ଟୁର୍ଣ୍ଣାମେଣ୍ଟର ବାକି ଥିବା​‌ ୩୧ଟି ମ୍ୟାଚ୍‌ ୟୁଏଇରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି । ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ୍‌  ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଚଳିତ ସିଜିନ୍‌ର ଫାଇନାଲ ମୁକାବିଲା ଅକ୍ଟୋବର ୧୫ ତାରିଖ​‌ରେ ଦୁବାଇରେ ଖେଳାଯିବୁ । ସୂଚନାଯୋଗ୍ୟ, ଆଇପିଏଲ ସିଜିନ୍‌୧୪ ମଝିରେ କିଛି ଦଳର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମେ ୪ ତାରିଖ​‌ରେ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଥିଲା । ଟୁର୍ଣ୍ଣମେଣ୍ଟ ବାତିଲ ହେବା ବେଳକୁ ମୋଟ ୨୯ଟି ମ୍ୟାଚ ଖେଳା ଯାଇସାରିଥିଲା ଏବଂ ୩୧ଟି ମ୍ୟାଚ୍‌ ବାକିଥିଲା । ବାକିଥିବା ମ୍ୟାଚ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଏବଂ ଏହା ୨୭ ଦିନ ଜାରି ରହିବ । ମ୍ୟାଚଗୁଡିକ ଦୁବାଇ, ଆବୁ ଧାବୀ ଏବଂ ଶାରଜାହା ଷ୍ଟାଡିୟମରେ ଖେଳାଯିବ ।

Leave a Reply

Your email address will not be published. Required fields are marked *