ରାଜ୍ୟ

ହୀରାକୁଦର ଆଉ ୬ଟି ଗେଟ୍ ବନ୍ଦ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଥିବାରୁ ଧିରେ ଧିରେ ଡ୍ୟାମର ଗେଟ୍ କରାଯାଉଛି । ଖୋଲାଥିବା ୨୪ଟି ଗେଟରୁ ପୁଣି ୬ଟି ଗେଟକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ସକାଳ ୧୦ଟା ସୁଦ୍ଧା ଜଳସ୍ତର ୬୨୮.୧୭ ଫୁଟ ରହିଥିଲା । ଆଜି ସକାରେ ୪ଟି ଗେଟ୍ ବନ୍ଦ ହୋଇଥିଲା ।ଅନ୍ୟପଟେ ଗତକାଲି ରାତି ୧୧ଟା ପରଠାରୁ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି । ହୀରାକୁଦର ବନ୍ୟାଜଳ ମୁଣ୍ଡଳିରେ ପହଞ୍ଚିସାରିଥିଲେ ବି ଜଳସ୍ତର ସ୍ଥିର ରହିଛି ।

Leave a Reply

Your email address will not be published. Required fields are marked *