ରାଜ୍ୟ

ଏସିଏଫଙ୍କ ମୃତ୍ୟୁ ଘଟଣା: ଡିଏଫଓଙ୍କ ହେଲା ଲାଇ ଡିଟେକ୍ସନ୍ ଟେଷ୍ଟ

ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ପାରଳାଖେମୁଣ୍ଡି ଡିଏଫଓଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି । ଭୁବନେଶ୍ୱର ଫରେନସିନ୍ ଲ୍ୟାବ୍ ରେ ଲାେଇ ଡିଟେକ୍ସନ୍ ଟେଷ୍ଟ କରାଯାଇଥିଲା । ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ଟେଷ୍ଟରେ ଡିଏଫଓଙ୍କୁ ପ୍ରାୟ ୧୦୦ ପ୍ରଶ୍ନ ପଚରଯାଇଥିବା ସୂଚନା ମିଳିଛି । ତେବେ ଖାଲି ଡିଏଫଓ ନୁହଁନ୍ତି ବରଂ ତାଙ୍କ ସହିତ ଆଉ ଜଣଙ୍କର ବି ଏହି ଟେଷ୍ଟ କରାଯାଇଛି ବୋଲି ସୂଚନା ମିଳିଛି । ସେ ହେଉଛନ୍ତି ରୋଷେୟା ମନ୍ମଥ କୁମ୍ଭ ।

Leave a Reply

Your email address will not be published. Required fields are marked *