ରାଜ୍ୟ

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଲା ଓଡିଶା

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ଟିକାକରଣ ଦ୍ରୁତଗତିରେ ଜାରି ରହିଛି । ସଂକ୍ରମଣକୁ ରୋକିବା ଦିଗରେ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ୨ କୋଟି ଲୋକ କରୋନାର ପ୍ରଥମ ଡୋଜ ଟିକା ନେଇସାରିଲେଣି । ରାଜ୍ୟର ସ୍ବାସ୍ଥ୍ୟ କର୍ମୀଙ୍କ କଠୋର ପରିଶ୍ରମ ଏବଂ ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହା ସହିତ ରାଜ୍ୟବାସୀଙ୍କ ଅକୁଣ୍ଠ ସହଯୋଗ ଦ୍ବାରା ଟିକାକରଣ ଜାରି ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨ କୋଟି ୬୭ ଲକ୍ଷରୁ ଉର୍ଦ୍ଧ୍ବ ଟିକାକରଣ ସରିଛି । ଆଗାମୀ ଦିନରେ ରାଜ୍ୟ​‌ରେ ଟିକାକରଣ ଆହୁରି ତ୍ବରାନ୍ବିତ କରାଯିବ ନେଇ ସୂଚନା ଜାରି ହୋଇଛି ।

Leave a Reply

Your email address will not be published. Required fields are marked *