ଦେଶ- ବିଦେଶ

ଉଲଗ୍ନ ହୋଇ ରାସ୍ତାରେ ଗାଡ଼ି ଚଳାଉଥିଲେ ମହିଳା

ନୂଆଦିଲ୍ଲା :  ଆମେରିକାର ଫ୍ଲୋରିଡା ରାଜ୍ୟରେ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ରାସ୍ତା ଉପରେ ଏକ ଗଲ୍ଫ କାର୍ଟ ଚଳାଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି କି ମହିଳା ଏହି ସମୟରେ ଏପରି ଏକ ଗାଡ଼ି ଚଳାଉଥିଲେ ଯାହାକୁ କି ଗଲ୍ଫ ଫିଲ୍ଡ୍‌ରେ ବ୍ୟବହାର କରାଯାଏ । ଏହାକୁ ଗଲ୍ଫ କାର୍ଟ କୁହାଯାଏ । ରାସ୍ତାରେ ଯାଉଥିବା ସମୟରେ ମହିଳା ଜଣକ ପୋଲିସ୍‌ ହାବୁଡ଼ରେ ପଡ଼ିଯାଇଥିଲେ । ଦ ଇଣ୍ଡିଆପୋଷ୍ଟର ରିପୋର୍ଟ ମୁତାବିକ, ଏହି ଘଟଣା ଫ୍ଲୋରିଡାର ଏକ ସହରର ଜନ ଗହଳିପୂର୍ଣ୍ଣ ରାସ୍ତାରେ ଦେଖିବାକୁ ମିଳିଛି । ଯେଉଁଠାରେ ପୋଲିସ୍‌ ଜଣେ ୨୮ ବର୍ଷୀୟ ମହିଳାଙ୍କୁ ଗିରଫ କରିନେଇଛି ।

ମହିଳା ଜଣକ ବିନା କୌଣସି କପଡ଼ା ପିନ୍ଧି ଗାଡ଼ି ଚଳାଉଥିଲେ । ପୋଲିସ୍‌ ଯେତେବେଳେ ତାଙ୍କୁ ଅଟକାଇଥିଲା ସେତେବେଳେ ସେ ଏପରି ଅବସ୍ଥାରେ ତାଙ୍କୁ ଦେଖିଥିଲା । ସେ ମଦ ପିଇଥିବା ମଧ୍ୟ ଜଣାପଡ଼ିଥିଲା ।  ପୋଲିସ୍‌ ଉକ୍ତ ସ୍ଥାନରେ ଜଣେ ଅଭିଯୁକ୍ତକୁ ଧରିବାକୁ ଅପେକ୍ଷା କରିଥିବା ବେଳେ ମହିଳା ଦ୍ରୁତ ଗତିରେ ଏହି ଗାଡ଼ିଟିକୁ ଚଳାଇ ଆସୁଥିଲେ। ଯାହାକୁ ଦେଖି ପୋଲିସ୍‌ ତାଙ୍କୁ ଅଟକାଇ ଥିଲା । ପରେ ସେ ଉଲଗ୍ନ ଏବଂ ମଦ ପିଇଥିବା ଜଣାପଡ଼ିଥିଲା ।

Leave a Reply

Your email address will not be published. Required fields are marked *