ରାଜ୍ୟ

୧କୋଟିରୁ ଊର୍ଦ୍ଧ୍ୱ ୧୮ରୁ ୪୪ବର୍ଷ ବୟସ୍କ ପ୍ରଥମ ଡୋଜ୍ ଟିକା ନେଲେ

ଭୁବନେଶ୍ୱର: ଗୁରୁବାର ରାଜ୍ୟର ୧୫୯୨ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜ୍ୟରେ ୩ଲକ୍ଷ ୩୪ହଜାର ୭୩୪ଜଣ ଟିକା ନେଇଛନ୍ତି । ଫଳରେ ରାଜ୍ୟରେ ଏବେ ମୋଟ୍ ଟିକାକରଣ ସଂଖ୍ୟା ୨କୋଟି ୬୩ ଲକ୍ଷ ୪୬ ହଜାର ୨୧୫ରେ ପହଞ୍ଚିଛି । ରାଜ୍ୟରେ ମୋଟ ଟିକାକରଣ ମଧ୍ୟରୁ ୩ ଲକ୍ଷ ୫୨ ହଜାର ୨୨୮ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଓ ୨ ଲକ୍ଷ ୯୩ହଜାର ୭୦୬ ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି । ସେହିପରି ୩ ଲକ୍ଷ ୪୯ ହଜାର ୧୫୭ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୨ଲକ୍ଷ ୮୨ହଜାର ୧୧୬ ଜଣ ଦ୍ୱିତୀୟ ଡୋଜ୍ ଲେଲେଣି । ୧୮ରୁ ୪୪ ବର୍ଷ ମଧ୍ୟରେ ୧କୋଟି ୧ ଲକ୍ଷ ୫୯ହଜାର ୬୨୬ପ୍ରଥମ ଡୋଜ୍ ଓ ୧୭ଲକ୍ଷ ୪୪ହଜାର ୯୬୨ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୮୮ଲକ୍ଷ ୮ହଜାର ୯୫ ଜଣ ପ୍ରଥମ ଡୋଜ୍ ଓ ୪୩ଲକ୍ଷ ୫୬ହଜାର ୩୨୫ ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ରାଜ୍ୟରେ ମୋଟ ୧ଲକ୍ଷ ୪୦ହଜାର ୫୧୦ ଜଣ ଗର୍ଭବତୀ ପ୍ରଥମ ଡୋଜ୍ ଟିକା ନେଲେଣି ।

Leave a Reply

Your email address will not be published. Required fields are marked *