ଦେଶ- ବିଦେଶ

ପୁଣି ଡରାଇଲାଣି କରୋନା; ଆସନ୍ତା ୮ ତାରିଖରେ ପିଏମ୍ – ସିଏମ୍ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। କରୋନା ସହ କିପରି ଲଢା ଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ରୋକିବା ଦିଗରେ ଆଲୋଚନା ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍‌, କର୍ଫ୍ୟୁ ଭଳି ପଦକ୍ଷେପ ଉପରେ ଆଲୋଚନା ହୋଇପାରେ। ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଟିକାକରଣ ନେଇ ଆଲୋଚନା ହୋଇଥିଲା । ଏଥିରେ ଗୋଷ୍ଠୀ ସଚେତନା ଉପରେ ଧ୍ୟାନ ଦେବାକୁ ମୋଦି କହିଥିଲେ। ବୈଠକରେ କ୍ୟାବିନେଟ୍‌ ସଚିବ, ପିଏମ୍‌ଙ୍କ ପ୍ରଧାନ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଡାକ୍ତର ବିନୋଦ ପାଲ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *