ରାଜ୍ୟ

ଆଜି ରାଜ୍ୟରୁ ୫୮୦ ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର :ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୩୬ ଜଣ ଓ ସ୍ଥାନୀୟ ସଂକ୍ରମଣ ୨୪୪ ରହିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୬, ବାଲେଶ୍ୱରରୁ ୧୭, ବରଗଡରୁ ୮, ଭଦ୍ରକରୁ ୭, କଟକରୁ ୮୭, ଦେବଗଡରୁ ୨, ଢେଙ୍କାନାଳରୁ ୯, ଜଗତସିଂହପୁରରୁ ୧୩, ଯାଜପୁରରୁ ୨୯, ଝାରସୁଗୁଡାରୁ ୧୧, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ଜଣ, କୋରାପୁଟରୁ ୪, ମାଲକାନାଗିରିରୁ ୧, ମୟୂରଭଞ୍ଜରୁ ୭, ନୟାଗଡରୁ ୭, ପୁରୀରୁ ୧୮, ରାୟଗଡାରୁ ୬, ସମ୍ବଲପୁରରୁ ୬, ସୋନପୁରରୁ ୧, ସୁନ୍ଦରଗଡରୁ ୧୦ ଓ ରାଜ୍ୟପୁଲରୁ ୫୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୮,୨୯୮ରେ ପହଞ୍ଚିଛି । ଏହା ସହିତ ରାଜ୍ୟରେ ଗତ ୨୪ଘଣ୍ଟରେ ୬୦ହଜାର ୭୨୨ କୋଭିଡ ଟେଷ୍ଟିଂ ହୋଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୭୭ ଜଣ ପିଲା ରହିଛନ୍ତି ବୋଲି ସୂଚନା ମିଳିଛି । ରାଜ୍ୟରେ ଏବେ ଆକ୍ଟିଭ କେସ୍ ରହିଛି ୫ହଜାର ୯୬୩ । ଏହା ସହିତ ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି ପଜିଟିଭ ହାର ରହିଛି ୦.୯୫ପ୍ରତିଶତ ।

Leave a Reply

Your email address will not be published. Required fields are marked *