ରାଜ୍ୟ

ପୁଣି ଚାଲିଛି ପୁରୀ ଏମାର ମଠର ଯାଞ୍ଚ

ପୁରୀ : ପୁରୀ ପ୍ରଶାସନ ପକ୍ଷରୁ ପୁରିଥରେ ଏମାର ମଠର ଯାଞ୍ଚ ଚାଲିଛି । ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଉଛି । ମଠରେ ଆଉ ରୁପା ଇଟା ଅଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି । ଯାଞ୍ଚ କାର୍ଯ୍ୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଛି ଯାଞ୍ଚ କାର୍ଯ୍ୟ । ଉତ୍ତର ପାର୍ଶ୍ୱ ମଠ ମହନ୍ତଙ୍କ ନିବେଦନକୁ ବିଚାର କରାଯାଇ ଯାଞ୍ଚ କରାଯାଉଛି । ଏହା ପୂର୍ବରୁ ୫୨୨ ଓ ପରେ ୪୨ ଖଣ୍ଡ ରୁପା ଇଟା ଏମାର ମଠରୁ ମିଳିଥିଲା ।

Leave a Reply

Your email address will not be published. Required fields are marked *